ତାଳବସ୍ତ ପଂଚାୟତରେ ବିଜେପି କର୍ମୀ ସମ୍ମିଳନୀ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଂଚାୟତର ଖପରଚଣ୍ଡୀ ପୀଠ ଠାରେ ବିଜେପି ଦଳ ତରଫରୁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ବାଙ୍କୀ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତେତ ଏକାଠୀ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ ।

ପଂଚାୟତର ଯୁବନେତା ରାଜକିଶୋର ମହାନ୍ତି ବିଜେଡି ଦଳ ଛାଡି ଭାରତୀୟ ଜନତା ପାଟିରେ ଯୋଗଦେବା ପରେ ବିଜେଡି ଦଳର କର୍ମୀମାନଙ୍କର ମନୋବଳ ଭାଙ୍ଗିବା ସହ ନେତାଙ୍କ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି କାର୍ଯ୍ୟକ୍ରମରେ ଦଶଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହ ତାଳବସ୍ତ ସରପଂଚ ପ୍ରତିିନିଧି ଆଲୋକ ସାହୁ, ବିଜେପି ଦଳର ବୁଥ୍ ସଭାପତି, ମଣ୍ଡଳନ ସଭାପତିଙ୍କ ସମେତ ବହୁ କର୍ମୀମାନେ ଯୋଗଦେଇଥିଲେ ।

Exit mobile version