ଡମପଡ଼ା ବ୍ଲକରେ ବିକଶିତ ଓଡ଼ିଶା ବିକଶିତ ଗାଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ଡମପଡ଼ା ବ୍ଲକ ସଭାଗୃହରେ ବିକଶିତ ଓଡ଼ିଶା ବିକଶିତ ଗାଁର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୭ଗୋଟି ପଂଚାୟତ ପାଇଁ ୨କୋଟି ୪୦ଲକ୍ଷ ଟଙ୍କା ପ୍ରକଳ୍ପ ରାଶି ମଞ୍ଜୁର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡମପଡ଼ା ବିଡିଓ ଅଂଶୁମାନ ଦାସ, ଏ.ବିଡିଓ ଶ୍ରୀକାନ୍ତ ମହାନ୍ତି, କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର,

ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍‌, ୩୮ନମ୍ବର ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସ।।ହୁ, ଉପାଧ୍ୟକ୍ଷ ଗୀତାଞ୍ଜଳି ବେଉରା, ସାଂସଦ ପ୍ରତିନିଧି ସରୋଜମତଗଜ ସିଂ, ଜି.ପି.ଓ ଲୋପମୁଦ୍ରା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ବାରିକ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ସମସ୍ତ ୧୭ଟଠି ପଂଚାୟତର ସରପଂଚ , ସମିତି ସଭ୍ୟ ଯୋଗଦେଇ ନିଜର ମତାମତ ରଖିଥିଲେ ।

Exit mobile version