୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର-ହରିରାଜପୁର ଦୁଇ ପଂଚାୟତର ମିଳିତ ଆନୁକୁଲ୍ୟରେ ୧୯ତମ ଜାଗର ମହୋତ୍ସବ ୨୦୨୫ର କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପଲ୍ଲୀବିକାଶ କ୍ଲବ ପରିସରରେ ଦୁଇ ପଂଚାୟତର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ, କୁଇଜ୍, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବିଚାରକ ଭାବେ କୁମାର ଅମୀୟ (ବୁଲୁ ବାବା), ରଞ୍ଜିତ ବେହେରା, ତ୍ରିବିକ୍ରମ ବେହେରା, ବିଭୂ ପ୍ରସାଦ ସ୍ୱାଇଁ , ଅନନ୍ତ ରଣା, ଅମିତ୍ କୁମାର, ଅଜୟ , ବିଶ୍ୱଜିତ୍ ସାମଲ, ଋଦ୍ର ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ । ସେହିପରି ଶିମିଳିପୁର-ହରିରାଜପୁର ହାଇସ୍କୁଲ ପଡିଆ ଠାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଦୌଡ଼, ଲମ୍ବଡିଆଁ, ଅଙ୍କକଷା, ମିଜ୍ୟୁକ୍ ଚେୟାର ପ୍ରତିଯୋଗିତାମାନ କରାଯାଇଥଲା ।
