Home ଅପରାଧ କଇଁଛ ବୋଝେଇ ଟ୍ରକ ଜବତ।ବନ ବିଭାଗ ଅଧିକାରୀ ଙ୍କ ଅଚାନକ ଚଢାଉ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗୀ :- ଗୋଡିପଡା ଟୋଲ ଗେଟ ନିକଟରେ ଆୟକର ବିଭାଗ ର ତନଖି ବେଳେ ଧରା ପଡିଲା କଇଁଛ ବୋଝେଇ ଟ୍ରକ ।କୌଣସି ସୂତରୁ ଖବର ପାଇ ଟୋଲଗେଟ ନିକଟରେ ଛକି ବସିଥିଲା ଆୟକର ବିଭାଗ।ଚଢ଼ାଉ କରି ଜବତ କଲା କଇଁଛ ବୋଝେଇ ଟ୍ରକ ଟାଙ୍ଗୀ ବନ ବିଭାଗ ସହାୟତା ରେ ହୋଇଛି ଚଢ଼ାଉ । କଇଁଛ ବୋଝେଇ ଟ୍ରକ କୁ ଜବତ କରିଛି ଟାଙ୍ଗୀ ବନ ବିଭାଗ। ଆନ୍ଧ୍ର ପ୍ରଦେଶ ରୁ କୋଲକାତା କୁ ଚୋରା ଚାଲାଣ ହେଉଥିଲା କଇଁଛ । ଟ୍ରକରେ ୭୧ ଟି ପେଟି ରହିଛି କଇଁଛ ପ୍ରତି ପେଟି ରେ ରହିଛି ୨୦ ଟି କଇଁଛ, ପ୍ରତି କଇଁଛ ର ଓଜନ ୧ କେଜି ରୁ ୨.୫ କେଜି ଓଜନ ହେଵ ବୋଲି ସୂଚନା ମିଳିଛି.. ବନ ବିଭାଗ ତଦନ୍ତ ଜାରୀ ରଖିଛି। ଜବତ କଇଁଛ କୁ 3 ଟି ସ୍ଥାନରେ ଛାଡିବ ବନ ବିଭାଗ । ମହାନଦୀ ସହ ଦୟା ନଦୀ ରେ ଛାଡିବ ବନ ବିଭାଗ । ମୋଟ ୧୪୪୮ ଟି ଜୀବନ୍ତ କଇଁଛ ଥିବା ସୂଚନା ମିଳିଛି । ଏହା ସହ ୧୦୨ ଟି ମୃତ କଇଁଛ ଜବତ ହୋଇଛି ଘଟଣା ସ୍ଥଳରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ । ଏହା ସହ ଗୋଟିଏ ଟ୍ରକ ଜବତ ହୋଇଛି । ସମସ୍ତଙ୍କୁ ଚକମା ଦେବାପାଇଁ ପ୍ଲାଷ୍ଟିକ ଟ୍ରେ ରେ ବରଫ ସହ ଅଖା ଦେଇ କଇଁଛ ଚାଲାଣ କରୁଥିଲେ ମାଫିଆ । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026