ମାହାଙ୍ଗା ବିଧାୟକ 2023 ରେ ଜଣେ ଜବ କାର୍ଡ ଧାରୀ ଶ୍ରମିକ ଥିଲେ : ରାତାରାତି ଦାରିଦ୍ରତା ସୀମାରେଖାରୁ କୋଟିପୋତି ସାଜିଲା

ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାହାଙ୍ଗା :- ମାହାଙ୍ଗା ବିଧାୟକ 2023 ରେ ଜଣେ ଜବ କାର୍ଡ ଧାରୀ ଶ୍ରମିକ ଥିଲେ । ହଠାତ ଏବେ କୋଟିପତି ହୋଇଗଲେ କେମିତି, ଏଥିନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ । ବିଧାୟକ କେମିତି ଏତେ କଳା ଟଙ୍କା କୋଉଠୁ ଆଣିଲେ ଏହାର ତଦନ୍ତ ମୁଖ୍ୟମନ୍ତ୍ରୀ କରିବାକୁ ସେ ଦାବି କରିଛନ୍ତି l

ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି,,, ଜଣେ ବିପିଏଲ କାର୍ଡ଼ ହିତାଧିକାରୀ ହଠାତ କୁବେର ସାମ୍ରାଜ୍ୟ ଗଠନ କରିଦେଲା,, ରାତାରାତି ଦାରିଦ୍ରତା ସୀମାରେଖାରୁ କୋଟିପୋତି ସାଜିଲା,, ରାଜନୀତିର ଅର୍ଥ କୁ ବୁଝିନଥିବା ଭାଷାର ଶାଳୀନତା ଶିଖିନଥିବା ଶାରଦା ବାବୁ ଅର୍ଥର ବଳରେ ନିର୍ବଚନ ତ ଜିତିଗଲେ ହେଲେ ନିଜ ମୂର୍ଖାମୀର ପରିଚୟ ନିଜେ ଦେଇଗଲେ,,

ବିଧାନସଭାରେ ମିଛ ଗର୍ଜନ କରି ନିଜକୁ ତୁଳସୀ ପତ୍ର ପ୍ରମାଣିତ କରିଥିବା ଶାରଦା ବାବୁଙ୍କ ଏ ହେଉଛି ଅସଲ ପ୍ରମାଣ,,, ଜଣେ ଜବ କାର୍ଡ ହିତାଧିକାରୀ 2019 ନିର୍ବାଚନ ଲଢ଼ୁଥିଲେ,,,,, ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ହଠାତ ଜଣେ ଜବ କାର୍ଡ ହିତାଧିକାରୀ, ଏବଂ ବିପିଏଲ କାର୍ଡ ହିତାଧିକାରୀ କେମିତି ଖୁବ କମ ଦିନରେ କୋଟି କୋଟି ଟଙ୍କାର ସମ୍ପତିର ମାଲିକ ହୋଇଗଲେ ତାହା ତଦନ୍ତ କରାଯାଉ l

 

Exit mobile version