ଅଗ୍ରୀମ ସ୍କୁଲ ଫୀ ଆଦାୟ କରି ଡି.ଏମ୍ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ହଟହଟା

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ସ୍ଥାନୀୟ ବସୁଆଘାଇ ସ୍ଥିତ ଡି .ଏମ ପବ୍ଲିକ ସ୍କୁଲରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଯାଇଅଛି l ମାତ୍ର ଦୁଇ ମାସର ଅଧକ୍ଷ୍ୟ ସ୍କୁଲରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ଶିକ୍ଷା କୁ ମୋବାଇଲ ସିମ କାର୍ଡ ସହ ତୁଳନା କରି କହିଥିଲେ ଯେ “ଆଗଦିଅ ଆଉ ପଛେନିଅ ” ଏପରି ଏକ ଦାୟିତ୍ଵହୀନ ଦ୍ବିଅର୍ଥ ବୋଧକ ମନ୍ତବ୍ୟ ଦେଇ ନିଜର ହୀନ ମାନସିକତାକୁ ପରିପ୍ରକାଶ କରିବା ସହ ସହ ମାର୍ଚ୍ଚ ମାସର ସ୍କୁଲ ଫୀ ଫେବୃଆରୀ ମାସରେ ଅଗ୍ରୀମ ଦେବାପାଇଁ ବାରମ୍ବାର ନୋଟିସ ଜାରି କରି ଆଜି ହଟହଟା ହୋଇଛନ୍ତି l

ସ୍କୁଲ କର୍ତ୍ତୃପକ୍ଷ ୬୦୦ ରୁ ଉର୍ଦ୍ଧ ପିଲାଙ୍କର ଆଡମିଟ କାର୍ଡ ଅଟକ ରଖି ବାର୍ଷିକ ପରୀକ୍ଷାରୁ ବଞ୍ଚିତ କରିବା ସହ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ହେତୁ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରାଣ କରିଥିଲା I ତାକୁ ନେଇ ଆଜି ଶତାଧିକ ଅଭିଭାବକ ସ୍କୁଲ ଅଧକ୍ଷ୍ୟ ଚନ୍ଦ୍ରକାନ୍ତ ନାୟକଙ୍କ ସହ ଆଲୋଚନା ପାଇଁ ଯାଇଥିବା ବେଳେ ସହ ଅଧ୍ୟକ୍ଷା ଇନ୍ଦୁମତି ରଥଙ୍କ ଉଗ୍ର ରୂପ ବ୍ୟବହାରରେ ମ୍ରିୟମାଣ ହୋଇଥିଲେ ଏବଂ ଅଧକ୍ଷ୍ୟ ଚନ୍ଦ୍ରକାନ୍ତ ନାୟକ ଅଭିଭାବକ ମାନଙ୍କୁ ବେଖାତିର କରିବାସହ ଆଲୋଚନା ଏବେ ନୁହେଁ ଦିନ ୧୨ ଟା ପରେ ହେବ I

ଆମେ ତମ କଥାରେ କରିପାରିବୁ ନାହିଁ ବୋଲି କହି ଘଉଡ଼ାଇ ଦେଇଥଲେ l  ଅନ୍ତର ଦୁଃଖରେ ଭାଙ୍ଗି ପଡିବା ସହ ଉପାୟ ଶୂନ୍ୟ ହୋଇ ଅଭିଭାବକ ମାନେ ଅଧକ୍ଷ୍ୟଙ୍କ ଚାମ୍ବର ସମ୍ମୁଖରେ ଧାରଣା ରେ ବସିବାକୁ ବାଧ୍ୟ ହୋଇଥିଲେ l ପରିଶେଷରେ ପୋଲିସ ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସ୍କୁଲ ଚେୟାରମ୍ୟାନ ଶ୍ରୀମତୀ ନୟନତାରା ଆଚାର୍ଯ୍ୟ ଅଭିଭାବକ ମାନଙ୍କୁ ବୁଝା-ସୁଝା କରିବା ସହ ଅଧକ୍ଷ୍ୟ ନୂଆ ଆସିଛନ୍ତି ଏବଂ ଦାୟିତ୍ୱହୀନ ଭାବେ ନୋଟିସ ପଠାଇ ଦେଇଛନ୍ତି, ସହ ଅଧ୍ୟକ୍ଷା ରାଗି କହି କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ କୌଣସି ଵି ପିଲା ପରୀକ୍ଷାରୁ ବଞ୍ଚିତ ହେବନାହିଁ,

ମୁଁ ସମସ୍ତଙ୍କୁ ପରୀକ୍ଷା ଦେବାପାଇଁ ଅନୁମତି ପ୍ରଦାନ କରୁଅଛି l ଉକ୍ତ ଉକ୍ତିକୁ ନେଇ ଅଭିଭାବକ ମାନେ ଚେୟାରମ୍ୟାନ ମାଡମଙ୍କୁ ସାଧୁବାଦ ଅର୍ପଣ କରିବାସହ ଧାରଣା ଧର୍ମଘଟରୁ ନିବୃତ ହୋଇଥିଲେ ବୋଲି ସ୍କୁଲ ଅଭିଭାବକ ସଂଘ ପ୍ରକାଶ କରିଛି l ଆଗକୁ ଏପରି ଅଭାବନୀୟ ଘଟଣା ପ୍ରତି ସବୁ ପ୍ରାଇଭେଟ ସ୍କୁଲ ସତର୍କ ରୁହନ୍ତୁ ନଚେତ ଜୋରଦାର ବିରୋଧ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l

Exit mobile version