ଭଗବତୀ ସ୍ୱେତ୍ସାସେଵୀ ଅନୁଷ୍ଠାନର ୯ମ ବାର୍ଷିକ ଉତ୍ସବ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା  :- ବାଲିପାଟଣା ବ୍ଲକ ଅନ୍ତର୍ଗତ ସୋମଣା ଶାସନ ଗ୍ରାମ ପଞ୍ଚାୟତର ସେଉଳକୁଣ୍ଡ ଗ୍ରାମର ମା ଭଗବତୀ ସ୍ବେଛାସେବୀ ଅନୁଷ୍ଠାନର ନବମ ବାର୍ଷିକ ଉତ୍ସବ ଭାର୍ଗବୀ ନଦୀକୂଳ ସ୍ଥିତ ସ୍ଵତନ୍ତ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ରୋଟରିଆନ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଏବଂ ଏଡୁକେସନାଲ ଟ୍ରଷ୍ଟ ର ମୁଖ୍ୟ ବିପିନ ବିହାରୀ ମିଶ୍ର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ଯୋଗଦେଇଥିଲେ।

କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରି ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଆଶିର୍ବଚନ ଦେଇ କହିଥିଲେ ଯେ ସମଗ୍ର ମାନବ ଜାତି ନିଜ ଭିତରେ ଈଶ୍ୱର ସତ୍ତା ଅନୁଭବ କରିବା ଉଚିତ୍ କିନ୍ତୁ ଧର୍ମ ନାମରେ ମନ୍ଦିର,ମସଜିଦ,ଗିର୍ଜା ରେ କେବଳ ପୂଜା କଲେ ହେବନାହିଁ, ମାନବ ସେବା ମାଧ୍ୟମରେ ହିଁ ଧର୍ମ କରିବାକୁ ହେବ। ପ୍ର।ରମ୍ୱ ରେ ପୂର୍ଣ୍ଣଚନ୍ଦ୍ର ବାରିକ ଙ୍କ ଗୋଟିପୁଅ ନୃତ୍ୟ ଦଳ ସ୍ଵାଗତ ନୃତ୍ୟ ପରିବେଷଣ କରିବା ପରେ ଅନୁଷ୍ଠାନର ସଂଯୋଜକ ଚକ୍ରଧର ଦାସ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ବାଲିପାଟଣା ପ୍ରେସ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ କ୍ଲବ୍ ମେଟ୍ରୋ ର ସଭାନେତ୍ରୀ ସଂଯୁକ୍ତା ନାୟକ ଏହି ଅଞ୍ଚଳ ର କ୍ରିକେଟ ଓ ଭଲ୍ଲି ଖେଳାଳି ମାନଙ୍କୁ କ୍ରୀଡା ଉପକରଣ ପ୍ରଦାନ କରିଥିଲେ । ରୋଟାରୀ କ୍ଲବ ଓ ଶୁଭେନ୍ଦୁ ଦାଶ ଙ୍କ ମିଳିତ ସହଯୋଗରେ ଏହି ଅଞ୍ଚଳର ଲୋକ ମାନଙ୍କୁ ଟର୍ଚ୍ଚ,ସିଲାଇ ମେସିନ ଓ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ।

ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ଡ୍ ସନ୍ତୋଷ କୁମାର ସାହୁ, ଅଶୋକ ମହାପାତ୍ର,ରଶ୍ମି ରଂଜନ ମହାପାତ୍ର,ସଞ୍ଜୟ ପଟ୍ଟନାୟକ,ସରୋଜ ମହାନ୍ତି,ଜିତୁ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ନୃତ୍ୟଶିଳ୍ପୀ ଶୁଭଲକ୍ଷ୍ମି ଓ ଦିବ୍ୟଲକ୍ଷ୍ମି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।ଶେଷରେ ଉପଦେଷ୍ଟା କୈଳାସ ଚନ୍ଦ୍ର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀ,ନିମନ୍ତ୍ରିତ ବ୍ୟକ୍ତି ,ମହିଳା, ରୋଟାରିଆନମାନେ ଯୋଗ ଦେଇଥିଲେ ।

Exit mobile version