ଆଚବା ନାଳରୁ ଜଣେ ବ୍ୟକ୍ତି ଙ୍କ ଶବଠାବ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଳକ ଅନ୍ତର୍ଗତ ଆଚବା ନାଳରୁ ଜଣେ ବ୍ୟକ୍ତି ଙ୍କ ଶବଠାବ,ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଓ ପୋଲିସ୍ ର ତଦନ୍ତ ଜାରି।ଗୁଣପୁର ଥାନା ଅନ୍ତର୍ଗତ ଆଚପା ନାଳରେ ପଡିରହିଛି ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ। ମୃତ୍ୟୁ କାରଣ ଅଷ୍ପଷ୍ଟ ରହିଛି ।

ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ଗୁଣୁପୁର ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ର ସହାୟତା ନେଇ ତଦନ୍ତ ଜାରି ରଖିଛି ପୋଲିସ୍ । ବ୍ୟକ୍ତି ଜଣକ ପରିଚୟ ମିଳିପାରିଛି ।

ମୃତ ବ୍ୟକ୍ତି ର ବୟସ ପାଖାପାଖି ୪୦ ହୋଇଥାଏପାରେ ବୋଲି ଗୁଣୁପୁର ପୋଲିସ୍ ଅନୁମାନ କରୁଛି । ମୃତ ବ୍ୟକ୍ତି ଙ୍କ ନାମ ସୋନୁ କୁମାର ସିଂ , ବିହାର ରାଜ୍ୟ ର ଗୟା ଜିଲ୍ଲାର ସେରଘାଟ ଅଞ୍ଚଳ ର ବୋଲି ପୋଲିସ୍ ପକ୍ଷରୁ ଜଣା ପଡିଛି ।

ବ୍ୟକ୍ତି ଜଣକ ଏକ ଦେଶୀ ମଦଭାଟିରେ କାମ କରୁଥିଲେ । କିଛି ମାସ ହେବ ମଧଭାଟି ଛାଡି ପ୍ଲାମ୍ବର କାମ କରୁଥିବା ପୋଲିସ୍ କହିଛି ।

Exit mobile version