ପାହାଳ ଥାନା ପୋଲିସ ହାତରେ ଧରାପଡିଲେ ଦୁଇ ଯୁବକ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ପାହାଳ ଥାନା ପୋଲିସ ହାତରେ ଧରାପଡିଲେ ଦୁଇ ଯୁବକ । ଏନ ଏଚ ୧୬ ହଂସପାଳ ଛକ ମୋ ବସ ଷ୍ଟପ ପଛପଟେ ଥିବା ଏକ ଚାରି ମହଲା କୋଠାର ଦ୍ୱିତୀୟ ମହଲରେ ଥିବା ଏକ ନିର୍ମାଣଧିନ ପାର୍ଲରୁ ରଵିବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ପଶି ଆଲମୁନିୟମ ସାମଗ୍ରୀ ଏବଂ ସାନିଟାରୀ ଜିନିଷ ଚୋରି କରିବା ଅଭିଯୋଗରେ ପାହାଳ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଲିଅନ୍ତା ଥାନା ସୁଦଶାଡାଙ୍ଗି ଗ୍ରାମର ଗଣେଶ ଚନ୍ଦ୍ର ଭୋଇଙ୍କ ପୁଆ ରାଜେନ୍ଦ୍ର ଭୋଇ ୨୧ ବର୍ଷ ଏବଂ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗ୍ରାମର ବୁଲୁ ନାୟକଙ୍କ ପୁଅ ବାପି ନାୟକ ୨୪ ବର୍ଷ । ଉଭୟ ଅଭିଯୁକ୍ତ ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା ଗ୍ରାମରେ ରହୁଥିଲେ ।

ପ୍ରତ୍ୟୁଷ ଦାଶଙ୍କ ଅଭିଯୋଗକ୍ରମେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି ହୋଇ କଟା ଯାଇଥିବା ୧୨୦ ପିସ୍ ଆଲମୁନିୟମ ଖଣ୍ଡ ଏବଂ ଦୁଇଟି ବାଥରୁମ ଫିଟିଙ୍ଗ ସାମଗ୍ରୀକୁ ଯବତ କରିବା ସହିତ ତଦନ୍ତ ଜାରି ରଖିଛି ।

Exit mobile version