ବାଆଁରା ଶ୍ରୀଶ୍ରୀ ସୁବୁଦ୍ଧେଶ୍ୱର ମହାଦେବଙ୍କ ଜାଗରଯାତ୍ରା ପ୍ରସ୍ତୁତି ବୈଠକ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ବାଙ୍କୀ  :-  ଡମପଡ଼ା ବ୍ଳକ ଅନ୍ତର୍ଗତ ବାଆଁରା ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ସୁବୁଦ୍ଧେଶ୍ୱର ମହାଦେବଙ୍କ ଆଗାମୀ ଜାଗର ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ପ୍ରଫେସ କୁମାର ରାଉତ ସଭାପତିତ୍ୱ କରିଥିଲେ ।

ସର୍ବସମ୍ମତି କ୍ରମେ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ସହିତ ରାତି ୧୦ଘଟିକାରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । କାର୍ଯ୍ୟକ୍ରମରେ ନରେନ୍ଦ୍ର କୁମାର ରାଉତ, ଗୋକୁଳାନନ୍ଦ ରାଉତ, କଳିଙ୍ଗ ରାଉତ, ବ୍ରଜକିଶୋର ପ୍ରଧାନ, ଉମାକାନ୍ତ ପତି, ଅନ୍ତର୍ଯ୍ୟାମୀ ଜେନା , ଦୁର୍ଗାଚରଣ ପାତ୍ର , ଅକ୍ଷୟ କୁମାର ବଳ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।

Exit mobile version