Home ଓଡ଼ିଶା ରାଣୀ ଶୁକଦେଈ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଯାପିତ : ଫାଇନାଲ୍ ଖେଳରେ ରାଣୀ ଶୁକଦେଈ କ୍ରିକେଟ ଟିମ୍ ଚମ୍ପିୟାନ୍ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ରାଣୀ ଶୁକଦେଈ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଯାପିତ ହୋଇଯାଇଛି । ଆଜି ଫାଇନାଲ୍ ଖେଳରେ ଆୟୋଜକ ରାଣୀ ଶୁକଦେଈ କ୍ରିକେଟ ଟିମ୍ ଟସ୍ ଜିଣି ନିର୍ଦ୍ଧାରିତ ଓଭରରେ ୯୦ରନ୍ ସଂଗ୍ରହ କରିବା ସହିତ ୨ୱିକେଟରେ ବିପକ୍ଷ ଦଳ ମା’ଚର୍ଚ୍ଚିକା କ୍ରିକେଟ ଟିମ୍କୁ ପରାସ୍ତ କରି ବିଜୟ ଲାଭ କରିଛି । ମୁଖ୍ୟଅତିଥି ଭାବେ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦାନ କରି ଖେଳକୁଦ ଜାରି ରଖିଲେ ସମସ୍ତେ ସୁସ୍ଥ ଓ ନରୋଗ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ କୁ ସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ଶ୍ରୀଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଣୀ ଶୁକଦେଈ ସ୍ମୃତି ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଦୁଇ ଦଳର ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଖେଳୁଆଡ ମନଭାବ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୁବସମାଜସେବୀ ସଂଜୟ ରଣା ଯୋଗଦାନ କରିଥିଲେ । ଜିତେନ୍ଦ୍ର ଦେଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ କୁ ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ପରିଚାଳନା କରିଥିଲେ । ରାଣୀ ଶୁକଦେଈ କ୍ରିକେଟ୍ ଟିମ୍ ଚମ୍ପିୟାନ୍ ହୋଇଥିବାରୁ ମୁଖ୍ୟଅତିଥି ଶ୍ରୀଚକ୍ରବର୍ତ୍ତୀ ଟ୍ରଫି ସହ ୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ରନର୍ସ ହୋଇଥିବା ମା’ଚର୍ଚ୍ଚିକା କ୍ରିକେଟ ଟିମ୍କୁ ଟ୍ରଫି ସହ ୩ହଜାର ଟଙ୍କା ମୁଖ୍ୟଅତିଥି ପ୍ରଦାନ କରିଥିଲେ । ଆଜିର ଖେଳରେ ସୂର୍ଯ୍ୟକାନ୍ତ ଗଣ୍ଠିଆ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ହିମାଂଶୁ ଜେନା ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଅମ୍ପୟାର୍ ଭାବେ ଅଜିତ୍ ରଣା ଓ ଦୀପକ ପ୍ରଧାନ ଖେଳ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ନିରଞ୍ଜନ ସାହୁ, ଜଗନ୍ନାଥ ଦଳେଇଙ୍କ ସମେତ ବହୁ ଅତିଥି ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । Categories: ଓଡ଼ିଶା, କଟକ, ଖେଳ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026