ବାଙ୍କୀ ସତ୍ୟସାଇ ସମିିତି ପକ୍ଷରୁ ସେବାକାର୍ଯ୍ୟ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ବାଙ୍କୀ ସତ୍ୟସାଇ ସେବା ସଂଗଠନ ଆନୁକୁଲ୍ୟରେ ପବିତ୍ର ମହାଶିବ ରାତ୍ରୀ ଅବସରରେ ବାଙ୍କୀ ଚକାପଦାର ପ୍ରସିଦ୍ଧ ଶୈବପୀଠ ବାବା ଖଣ୍ଡେତଶ୍ୱର , ରଣପୁରର ବାବା ଜଳେଶ୍ୱର ଶିବମନ୍ଦିର ଓ ବେଦପୁରର ମା’ଷଠୀ ଦେବୀଙ୍କ ପୀଠକୁ ସଫାସୂତରା କରାଯାଇଛି ।

ସେବା କାର୍ଯ୍ୟକ୍ରମର ଆବାହକ ପ୍ରସନ୍ନ କୁମାର ପାଣିଗ୍ରାହୀ ଓ ସଂଯୋଜକ ମନୋଜ କୁମାର ଦଳେଇଙ୍କ ତତ୍ତ୍ୱାବଧାନରେ ଆଧ୍ୟାତ୍ମିକ ସଂଯୋଜକ ସିଦ୍ଧାନ୍ତ ଶେଖର ମହାପାତ୍ର, କୀର୍ତ୍ତି କାରଣ ପଣ୍ଡା, ମଦନମୋହନ ପୃଷ୍ଟି, ଶରତ ପ୍ରଧାନ, ପଞ୍ଚୁ ରଣା, ଅମିତାଭ୍ କର ପ୍ରମୁଖ ଯୋଗଦାନ କରି ମନ୍ଦିର ସଫେଇ କରିବା ସହିତ ମନ୍ଦିର ରାସ୍ତାକୁ ସଫାସୁତରା କରିଥିଲେ ।

Exit mobile version