୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଏନ୍.ଏ.ଏସି ଅନ୍ତର୍ଗତ ଆନନ୍ଦ ନଗର ଠାରେ ରାଧାକୃଷ୍ଣ ମନ୍ଦିରର ପଞ୍ଚମ ବାର୍ଷିକ ଯଜ୍ଞ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଓ ନିଳିମା ତ୍ରିପାଠୀ କର୍ତ୍ତା ଭାବେ ଯଜ୍ଞ କାର୍ଯ୍ୟ ସଂପାଦନା କରିଥିଲେ । ଏହି ଉତ୍ସବକୁ ସଭାପତି ଦାସରଥି ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ସାହୁ, ବିବେକାନନ୍ଦ ସାମଲ, ମନୋଜ ମହାନ୍ତି, ସୁରେଶ ମନ୍ତ୍ରୀ ପ୍ରମୁଖ ପରିଚାଳନା କରିଥିଲେ ।
