ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :-  ବାଙ୍କୀ ସରସ୍ୱତୀ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଶିଶୁ ଶିକ୍ଷାର ଭାରତୀୟ ଓ ପାଶ୍ଚାତ୍ୟ ସଂକଳ୍ପନା ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୂଜାର୍ଚ୍ଚନା କରାଯିବା ପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସଂପାଦକ ତାପସ କୁମାର ଦାସ ଅତିଥି ପରିଚୟ ଦେବା ସହ ଶିଶୁ ଶିକ୍ଷାର ବର୍ତ୍ତମାନ ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଗୁରୁକୁଳ ଶିକ୍ଷା, ନୈତିକ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା ଉପରେ ବୁହୁ ଉଦାହରଣ ମାଧ୍ୟମରେ କହିଥିଲେ । ଶେଷରେ ନରେଶ କୁମାର ମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଗୁରୁମା ବୈଦେହୀ ସାହୁ ,  

Exit mobile version