ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠରେ ଆଜି ଆନ୍ତର୍ଜାତିକ ମାତୃ ଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନରେନ୍ଦ୍ର ରାଉତ ସଭାପତିତ୍ୱ କରିବା ସହିତ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ରାଉତ ଓ ଗଦାଧର ସାହୁ ପରିଚାଳନା କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀମାନେ ମାତୃଭାଷାର ସୁରକ୍ଷା ପାଇଁ ଶପଥ ନେଇଥିଲେ । ସେହିପରି ବାଆଁରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ଦାସଙ୍କ ତତ୍ତ୍ୱାବଧାନରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମୁଦୁଲି ଓ ଗୋଲଖ ବିହାରୀ ପାତ୍ର ଯୋଗଦାନ କରି ମାତୃଭାଷା ସଂପର୍କରେ ଆଲୋକପାତ କରିଥିଲେ ।

Exit mobile version