୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କଟକସ୍ଥିତ ବାନିକ୍ ଶିକ୍ଷା ସଂସ୍ଥା ଆନୁକୁଲ୍ୟରେ ‘ସରକାରୀ କ୍ଷେତ୍ରରେ ଚାକେରୀ ସୁବିଧା’ ସଂପର୍କରେ ଏକ ଆଲୋଚନାଚକ୍ର କଲେଜ ଦୃଶ୍ୟଶ୍ରାବ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କଲେଜର କ୍ୟାରିୟର୍ କାଉନସିଲର ମୁଖ୍ୟ ଅଧ୍ୟାପକ ମୁକ୍ତିପଦ ପଣ୍ଡା ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ଆଲୋଚନାଚକ୍ର ଦ୍ୱାରା ଛାତ୍ରଛାତ୍ରୀମାନେ ସରକାରୀ କ୍ଷେତ୍ରରେ ବିଭିନ୍ନ ଚାକେରୀ କିପରି ମିଳିପାରିବ ଏବଂ ଏହାର ବିଭିନ୍ନ ଦିଗ ଉପରେ ବାଣିକ୍ ସଂସ୍ଥାର ସହଯୋଗ ମିଳିପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଯୋଗଦାନ କରି ଛାତ୍ରଛାତ୍ରୀମାନେ ଏଠାରୁ ସ୍ନାତକ ପଢ଼ି ସାରିବା ପରେ କିପରି ବିଭିନ୍ନ ସରକାରୀ କ୍ଷେତ୍ରରେ ଚାକେରୀ ପାଇପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷା ସଂସ୍ଥାର ସଂଯୋଜକ ମୃତ୍ୟୁଞ୍ଜୟ ପରିଡା ଯୋଗଦାନ କରି କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷାର ବିଭିନ୍ନ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଅନ୍ୟତମ ବକ୍ତା ନରେନ୍ଦ୍ର ଦାସ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ତୁଷାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି ଆଲୋଚନାଚକ୍ରରେ ଭାଗନେଇଥିଲେ ।
