ଉତ୍କଳ ରଜକ ମହାସଂଘ ପକ୍ଷରୁ ସନ୍ଥ ଗାଡ଼ଗେ ବାବାଙ୍କ ୧୪୯ ତମ ଜୟନ୍ତୀ ଉତ୍ସବ ପାଳନ

୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର  :- ଉତ୍କଳ ରଜକ ମହାସଂଘ ପକ୍ଷରୁ ମହାନ୍ ସନ୍ଥ ଗାଡଗେ ବାବାଙ୍କ ୧୪୯ ତମ୍ ଜୟନ୍ତୀ ଉତ୍ସବ ମହାସଂଘର ସଭାପତି ହରିହର ସେଠୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନୀ ସ୍ଥିତ ବୁଲେନ ଭାଇ ସେବା ସଦନରେ ପାଳିତ ହୋଇଯାଇଛି, ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା, ଯୋଗ ଦେଇ ସମସ୍ତେ ଶିକ୍ଷିତ ହୁଅ, ସଂଗଠିତ ହୁଅ ବୋଲି ଆହ୍ଵାନ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ନରେନ୍ଦ୍ର କୁମାର ସେଠୀ, ସାଧାରଣ ସମ୍ପାଦକ ମାନଗୋବିନ୍ଦ ସେଠୀ,

ପ୍ରଫେସର ଡକ୍ଟର ପ୍ରଶାନ୍ତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ଲଡୁ କିଶୋର ଦାସ, ଉପସଭାପତି ରାମନାଥ ସେଠୀ ଏବଂ ଅଖିଳ ଭାରତୀୟ ଧୋବୀ ମହାସଂଘର ଉପସଭାପତି ମାଗୁଣୀ ଚରଣ ସେଠୀ ପ୍ରମୁଖ ଯୋଗ ଦେଇ ସନ୍ଥ ଗାଡଗେ ବାବାଙ୍କର ବହୁମୁଖୀ ସେବାର ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବରେ ରଜକ ମହାସଂଘ ପକ୍ଷରୁ ଭୁବନେଶ୍ୱର ଠାରେ ଏକ ରଜକ ଭବନ ନିର୍ମାଣ କରାଯିବା,

ସରକାରୀ ବେସରକାରୀ ହସ୍ପିଟାଲରେ ରଜକ ସମ୍ପ୍ରଦାୟର ଲୋକମାନଙ୍କୁ କାର୍ଯ୍ୟକରିବା ପାଇଁ ସୁଯୋଗ ଦେବା ନିମନ୍ତେ ସରକାରଙ୍କ ଠାରେ ଦାବୀ କରିଛନ୍ତି । ଏହି ଜୟନ୍ତୀ ଉତ୍ସବରେ ଆଠଗଡ, ଜଗତସିଂପୁର, କସରଦା, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା ଆଦି ଅଞ୍ଚଳରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲାବେଳେ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ସେଠୀ ଏବଂ ଆକୁଳ ଚନ୍ଦ୍ର ସେଠୀଙ୍କୁ ଅନୁଷ୍ଠାନ ପକ୍ଷରୁ ରଜକ ରତ୍ନ ଉପାଧିରେ ଭୂଷିତ କରାଯାଇଥିଲା । 

Exit mobile version