୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାୟଗଡା ଜିଲ୍ଲା ରାମନାଗୁଡ଼ା ସଦରରେ ଶ୍ରୀ ଶ୍ରୀ ଠାକୁର ଙ୍କ ୧୩୭ ତମ ଜନ୍ମ ମହାମୋହ ଉତ୍ସବ ପାଳିତ ହୋଇଥିଲା। ପରମ ପ୍ରେମମୟ ଯୁଗ ପୁରୁଷତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ମହାଆଡମ୍ବରରେ ରାମନାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ପଡିଆ ରେ ଆୟୋଜିତ ହୋଇଥିଲା ଏହି ପରିପ୍ରେକ୍ଷୀରେ ପ୍ରାତଃ ରୁ ଉଷା କୀର୍ତନ, ବେଦମଙ୍ଗଳିକ କାର୍ଯ୍ୟକ୍ରମ ମହାନଗର ସଂକୀର୍ତନ ପରେ ପରେ ଦିବା ୧୧:୩୦ ମିନଟ ସମୟ ରେ ସତସଙ୍ଗ ଓ ସଦଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସତସଙ୍ଗ ରେ ସୁଦୂର କେନ୍ଦ୍ରାପଡା ରୁ ଆଗତ ସପ୍ର ର ସୁରେଶ ଲେଙ୍କା ଅଧ୍ୟକ୍ଷତା କରିଥିଲେ।ଗୁମୁଡା ରୁ ଆଗତ ଠାକୁର ଙ୍କ ଯାଯକ କର୍ମୀ ଜଗବନ୍ଧୁ ପୁହାଣ ଗ୍ରନ୍ଥ ପାଠ କରିଥିଲେ ।

