Covid-19ରେ ଛାତ୍ରଛାତ୍ରୀଙ୍କୁ ଛାଡ ହେଉ ସ୍କୁଲ ଫି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଢଙ୍ଗୀଙ ପତ୍ରି

ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ବାଲେଶ୍ୱର :- କରୋନା ଭାଇରସ ମହାମାରୀରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ଛାଡ ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ। କେନ୍ଦ୍ରମନ୍ତ୍ରୀ ଗୁରୁବାର ଲେଖିଥିବା ପତ୍ରରେ କୋଭିଡ ଜନିତ ପରିସ୍ଥିତି ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ ଏପରି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଏବେ ଆର୍ଥିକ ଅନଟନ ଯୋଗୁ ପାଠପଢା ଅଧାରେ ଛାଡିବାକୁ ଯାଉଥିବା ସୂଚିତ କରିଛନ୍ତି। ଷଢଙ୍ଗୀ ତାଙ୍କ ପତ୍ରରେ ଅନେକ ଛାତ୍ରଛାତ୍ରୀ ଏ ନେଇ ତାଙ୍କୁ ଆବେଦନ କରି ଜଣାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି। ଯେଉଁମାନଙ୍କ ଅଭିଭାବକ କୋଭିଡ-୧୯ ଯୋଗୁ ଆୟ ହରାଇଛନ୍ତି ।

ଏପରି ଛାତ୍ରଛାତ୍ରୀଙ୍କ ପରିବାର ଏବେ ଗୁରୁତର ଆର୍ଥିକ ଦୈନ୍ୟତା ମଧ୍ୟରେ ଗତି କରୁଥିବା ବେଳେ ସେମାନେ ପରବର୍ତ୍ତି ପାଠପଢା ଜାରି ରଖି ପାରିବେ କି ନା ସେ ନେଇ ସନ୍ଦେହରେ ଥିବା କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି । ଏଥିରେ କରୋନା ଯୋଦ୍ଧାମାନଙ୍କ ଅବଦାନକୁ ଆମେ ଅସ୍ୱୀକାର କରିପାରିବାନି ବୋଲି ମଧ୍ୟ ଷଢଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରରେ ଜଣାଇଛନ୍ତି। ଏଣୁ ରାଜ୍ୟରେ କରୋନା ଯୋଦ୍ଧାମାନଙ୍କ ସନ୍ତାନସନ୍ତତିଙ୍କ ସମ୍ପୂର୍ଣ୍ଣ ସ୍କୁଲ ଫି ଛାଡ ଲାଗି ଷଢଙ୍ଗୀ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ଅନ୍ୟ ସାଧାରଣ ଛାତ୍ରଛାତ୍ରୀଙ୍କ ୫୦ ପ୍ରତିଶତ ସ୍କୁଲ ଫିଛାଡ ଓ କୋଭିଡ ଯୋଗୁ ହଷ୍ଟେଲ ବନ୍ଦ ଥିବା ସମୟର ସମସ୍ତ ଶୁଳ୍କ ଛାଡ ଲାଗି ନିବେଦନ କରିଛନ୍ତି।

କୋଭିଡ-୧୯ ମହାମାରୀର ପ୍ରକୋପ ରାଜ୍ୟରେ ବଢିବଢି ଚାଲିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛନ୍ତି। ପାରିବାରିକ ଆର୍ଥିକ ଶୃଙ୍ଖଳ ବିଗିଡିଥିବା ବେଳେ ଏବେ ଏପରି ଲୋକ ଓ ସେମାନଙ୍କ ସନ୍ତାନସନ୍ତତିଙ୍କୁ କେବଳ ସରକାରଙ୍କ ସହଯୋଗ ଲୋଡା ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। (ଦୀପ୍ତିମାନ ପତି /ବାଲେଶ୍ୱର)

Exit mobile version