ସ୍କର୍ପିଓ ପଛପଟୁ ପିଟିଲା ବସ୍। ବସ୍ ଡ୍ରାଇଭର ଥାନାରେ ଅଟକ। ଯାତ୍ରୀ ମାନେ ଭୟଭୀତ

୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗି :-  ଥାନା ୧୬ ନଂ ଜାତୀୟ ରାଜପଥ ସରନଈ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ସ୍କର୍ପିଓ ପଛପଟୁ ପିଟିଲା ବସ |  ବସ ଯାଇ ଚଢିଲା ଡିଭାଇଡ଼ର ଉପରେ | ବସ ଡ୍ରାଇଭର ଥାନାରେ ଅଟକ | ଏଥିରେ କେହି ଆହତ ହୋଇନଥିବା  ସୂଚନା ଦେଇଛି ବାଣପୁର ପୋଲିସ | ଗତକାଲି ବିଳମ୍ବିତ ରାତିରେ ଏକ ଭଲଭୋ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ କୁମ୍ଭମେଳା ସାରି ବିଜୟୱାଡା  ଅଭିମୁଖେ ଯାଉଥିଲା |

ସରନଈ ଓଭର ବ୍ରିଜ ନିକଟରେ ଆଗରେ ଯାଉଥିବା ଏକ ସ୍କର୍ପିଓ ବ୍ରେକ ମାରିବା ଯୋଗୁଁ ବସଟି ଭରସାମ୍ୟ ହରାଇ ସ୍କର୍ପିଓ ପଛ ପଟକୁ ପିଟି ଥିଲା ଏବଂ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା | ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଅନ୍ୟ ଏକ ବସ ରେ ଫେରିଥିଲେ ଏବଂ ବସ ଡ୍ରାଇଭର କୁ ଅଟକ ରଖିଛି ଏବଂ ସ୍କର୍ପିଓ କୁ ଖୋଜୁଛି ପୋଲିସ |

Exit mobile version