ଖୋର୍ଦ୍ଧାରୋଡ଼ ରେଲୱେ ଡାକ୍ତରଖାନାରେ ରେଲୱେ ଡାକ୍ତରଙ୍କ ଦ୍ଵାରା “ଲାପାରୋସ୍କୋପିକ୍ ଭେଣ୍ଟ୍ରାଲ୍ ହର୍ନିଆ ସର୍ଜରୀ”

୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ  :- ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଲୱେ ହସପିଟାଲରେ ରେଳ ଡାକ୍ତରଙ୍କ ଏକ ଟିମ୍ ଦ୍ଵାରା ସଫଳତାର ସହ “ଲାପାରୋସ୍କୋପିକ୍  ଇନଗୁନାଲ୍ ହର୍ନିଆ ସର୍ଜରୀ, ଲାପାରୋସ୍କୋପିକ୍ ଭେନ୍ତ୍ରଲ ହର୍ନିଆ ସର୍ଜରୀ” କରାଯାଇଛି । ଖୋର୍ଦ୍ଧାରୋଡ଼ରେ କାର୍ଯ୍ୟ କରୁଥିବା ଜଣେ ରେଳ କର୍ମଚାରୀଙ୍କ ପତ୍ନି,ଯାହାର ବୟସ 24 ବର୍ଷ ସେ ଭେଣ୍ଟ୍ରାଲ୍ ହର୍ନିଆ ମାମଲାରେ (ରୋଗରେ) ପୀଡିତ ଥିଲେ ଏବଂ ତାଙ୍କୁ ଲାପାରୋସ୍କୋପିକ୍ ଇଣ୍ଟ୍ରା ପେରିଟୋନିଆଲ୍ ଅନଲେ ମେଶ୍ ପ୍ଲସ୍ ମରାମତି ସର୍ଜରୀ କରଯାଇଥିଲା ।

୧.୫ ସେଣ୍ଟି ମିଟର ତ୍ରୁଟି ଇଣ୍ଟ୍ରାକୋରପୋରାଲ୍ ସ୍ୟୁଚରିଂ ଏବଂ ଏକ ସଂପୂର୍ଣ୍ଣ ରିସର୍ବେବଲ୍ (ଯାହା ସହଜରେ ଶୋଷିତ ହୋଇପାରେ) ମୋନୋଫିଲାମେଣ୍ଟ (PHASIX) ଜାଲ୍ ଦ୍ୱାରା ବନ୍ଦ କରଯାଇଛି । ଭାରତୀୟ ରେଳବାଇରେ ପ୍ରଥମ ଥର ପାଇଁ ଏହି ଭଳିଆ ସଂପୂର୍ଣ୍ଣ ରିସର୍ବେବଲ୍ ଜାଲ୍ ବ୍ୟବହୃତ କରଯାଇଛି । ଜାଲର ମୂଲ୍ୟ ଅଧିକ ହେବା କାରଣରୁ,ଅତି ସାଧାରଣ ଭାବରେ ବ୍ୟବହୃତ ହୁଏ ନାହିଁ ।

ଓଡିଶାରେ,ଆଜି ପର୍ଯ୍ୟନ୍ତ କେବଳ ୫ ଟି କ୍ଷେତ୍ରରେ, ଏହି ପ୍ରକାରର ରିସର୍ବେବଲ୍ ମେସ୍ ବ୍ୟବହାର କରାଯାଇଛି । ଏହି ଜଟିଳ ଅସ୍ତ୍ରୋପଚାର ବରିଷ୍ଠ ମଣ୍ଡଳ ମେଡିକାଲ୍ ଅଫିସର ଡଃ ମନୋରଞ୍ଜନ ସିଂ ଦ୍ୱାରା ଆନାସ୍ଥେସିଷ୍ଟ ଡଃ ଆରତୀ ପି.ଙ୍କ ସହଯୋଗ ଏବଂ ଖୋର୍ଦ୍ଧାରୋଡ୍ ମଣ୍ଡଳର ମୁଖ୍ୟ ଚିକିତ୍ସା ଅଧୀକ୍ଷକ,ଡଃ ଶରଥ ବାବୁଙ୍କ ମାର୍ଗଦର୍ଶନ ରେ ସମ୍ପୂର୍ଣ କରାଯାଇଛି l

Exit mobile version