୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଗଣତି ହେଉଥିବା କନ୍ଧମାଳ ଜିଲ୍ଲାର ବଡ଼ ବ୍ୟବସାୟୀକ ପେଣ୍ଠ ସ୍ଥଳ ବାଲିଗୁଡା ସହର ଏବେ ଟ୍ରାଫିକ ସମସ୍ୟା ସହ ଅପରାଧୀ ଙ୍କ ପେଣ୍ଠ ସ୍ଥଳୀ ପାଲଟିବାକୁ ଯାଉଛି । ଯାହା ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ଏ ସବୁକୁ ଆଖି ଆଗରେ ରଖି ବାଲିଗୁଡା ଉପଜିଲ୍ଲାପାଳ ଡଃ.ରୀନା ପ୍ରଧାନ ଙ୍କ ଏକ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l
