Home ଓଡ଼ିଶା ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଏଵେ ମୁରବିଶୁନ୍ୟ ଅବସ୍ଥାରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମେଡିକାଲ ପରିସର ରେ ଇନଚାର୍ଜ ଙ୍କ ବାସ ଗୃହ କିନ୍ତୁ ନିଘୋଡ଼ ନିଦ୍ରାରେ ୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉର୍ନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ ସତ୍ତ୍ୱେ ଗୋପ ରେ ଉଭୟ ବିଭାଗ ଟି ଦିଗହରା ଅବସ୍ଥାରେ ପଡିଛି l କୋଣାର୍କ ଠାରୁ ପିପିଲି ପର୍ଯ୍ୟନ୍ତ ରାଜ୍ୟ ରାଜପଥ କଡ଼ ରେ ଯଦି କୌଣସି ହସ୍ପିଟାଲ ଥାଏ ତାହା ହେଉଛି ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଏଠାରେ ଦୀର୍ଘ ବର୍ଷ ଧରି ନାହିଁ ନଥିବା ଅବ୍ୟବସ୍ତା ମଧ୍ୟ ଦେଇ ଗତି କରୁଛି ସ୍ୱାସ୍ଥ୍ୟ କେନ୍ଦ୍ର ଟି l ଆବଶ୍ୟକୀୟ ଡକ୍ଟର ନାହାନ୍ତି କୀ ସବ ବୁହା ନିମନ୍ତେ ସ୍ୱର୍ଗ ରଥ ନାହିଁ କୀ ଦୃଘଟଣା ଗ୍ରସ୍ତ ରୋଗୀ ଙ୍କ ଆସୁଚିକିତ୍ସା ନିମନ୍ତେ ବନ୍ଦୋବସ୍ତ ନାହିଁ l ଏମିତି ଶିଶୁ ବିଶେଷଜ୍ଞ ନଥିବାରୁ ଦୈନିକ ଶତାଧିକ ଶିଶୁ ବିଭିର୍ନ୍ନ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ କୁ ଆସି ନିରାଶ ହୋଇ ଫେରନ୍ତି l ଏ ସମ୍ପର୍କ ରେ ବାରମ୍ବାର ବିଭିର୍ନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ସମାଧାନ ହୋଇପାରୁନି l ଏଠାକୁ ଦୈନିକ ଚୋଟ ବଡ଼ ଦୃଘଟଣା ଗ୍ରସ୍ତ ବ୍ୟକ୍ତି ବିଶେଷ ଙ୍କ ଆଗମନ ହୋଇଥାଏ l ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ 8 ଟା ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଏହି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ 31 ଟା ପଞ୍ଚାୟତ ଓ ଗୋଟେ ବିଜ୍ଞାପିତ ଅଞ୍ଚଳ ର ଜନସାଧାରଣ ନିର୍ଭର କରନ୍ତି l ମୋଟା ମୋଟି ଭାବେ କହିବାକୁ ଗଲେ ନାହିଁ ନାହିଁ ରେ ଚାଲିଛି ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି କହିବାକୁ ଗଲେ ଏକ ପ୍ରକାର ର ମୁରବୀ ଶୂନ୍ୟ ହୋଇପଡିଛି l ଯଦିଓ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମେଡିକାଲ ଇନଚାର୍ଜ ଙ୍କ ବାସଗୃହ କିନ୍ତୁ ସଦାସର୍ବଦା ନିଘୋଡ଼ ନିଦ୍ରାରେ ବୋଲି ଚର୍ଚ୍ଚା ହେଉଛି l ସୁବିଧା ଅସୁବିଧାରେ ଯଦି କୌଣସି ବ୍ୟକ୍ତି ବିଶେଷ ଇନଚାର୍ଜ ଙ୍କୁ ଦେଖା ହେବାକୁ ଆସିଥାନ୍ତି ବିନା ଦେଖରେ ନିରାଶ ହୋଇ ଫେରନ୍ତି l ମାଡାମ ଙ୍କ କଲିଂ ବ୍ୟାଲ ଯେତେ ମାରିଲେ ବି ଉଠିବାର ପ୍ରଶ୍ନ ନାହିଁ ମାଡାମ ସୋଇଥାନ୍ତି ତାହା ସକାଳ ହେଉ କୀ ଖରାବେଳେ ହେଉ କୀ ସନ୍ଧ୍ୟା ସମୟ ହେଉ l ଆଜିର ଏକ ଘଟଣା ଟି ସମସ୍ତ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେଉଛି ଗୋଟେ 108 ଆମ୍ବୁଲାନ୍ସ ଏକ ରୋଗୀ ଙ୍କୁ ନରି ହସ୍ପିଟାଲ ଭିତର କୁ ପ୍ରବେଶ କରିବା ପାଇଁ ପ୍ରାୟ ପାଞ୍ଚ ମିନିଟ ଅପେକ୍ଷା କରିବାକୁ ପଡିଥିଲା l ମୁଖ୍ୟ ରାସ୍ତା କୁ ଲାଗି ହସ୍ପିଟାଲ ର ପ୍ରବେଶ ଦ୍ଵାର ହୋଇଥିବାରୁ ସିଧା ହେଉ କୀ ପଛୁଆ ହେଉ ଆମ୍ବୁଲାନ୍ସ ଟି ପ୍ରବେଶ କରିଥାଏ l କିନ୍ତୁ ଆଜି ସକାଳ ସମୟରେ ଏକ କାର ଟିକୁ ଠିକ ପ୍ରବେଶ ଦ୍ଵାର ପାଖରେ ରଖି ଚାଳକ କେଉଁଆଡେ ଚାଲିଯାଇଥିଲେ l ଯାହାଫଳରେ କୀ ଆମ୍ବୁଲାନ୍ସ ଟି ଆଉ ହସ୍ପିଟାଲ ଭିତରେ ପ୍ରବେଶ କରିପାରିନଥିଲା l ଏଠି ସାଧାରଣ ରେ ଏକ ପ୍ରଶ୍ନ ଉଠୁଛି ଯଦି ଆମ୍ବୁଲାନ୍ସ ରେ ଏକ ଦୃଘଟଣାଗ୍ରସ୍ତ ବ୍ୟକ୍ତି ରହିଥାନ୍ତେ ତେବେ ତାର ଅବସ୍ଥା କଣ ହୋଇଥାନ୍ତା ? ଏଣୁ ରାଜ୍ୟ ସରକାର ଙ୍କ ଉଚ୍ଚ ପଦସ୍ତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲାଗିରହିଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ତତ୍ପରତା ଅବଲମ୍ବନ କରିବାକୁ ଗୋପ ସୁରକ୍ଷା ମଞ୍ଚ ଓ ବିପ୍ଲବୀ ସଂଗଠନ ଉତ୍ସର୍ଗ ପରିବାର ପ୍ରମୁଖମାନେ ଦାବୀ କରିଛନ୍ତି l Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026