Home ଓଡ଼ିଶା ଅଖିଳ ଭାରତ ପାନଚାଷୀ ସଂଘର ଜାତୀୟ ସମ୍ମିଳନୀ ପାନପତ୍ରକୁ ଜାତୀୟ ପତ୍ର ଘୋଷଣା କରାଯାଉ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଅଖିଳ ଭାରତ ପାନ ଚାଷୀ ସଂଘ ସର୍ବଭାରତୀୟ ସମ୍ମିଳନୀ ଶନିବାର ପୂର୍ବାହ୍ନରେ ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସମ୍ମିଳନୀରେ ଅଶ୍ବିନୀ ଜାନା,ଦୂର୍ଯ୍ୟୋଧନ ପ୍ରଧାନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ । କୃଷକ ସଭା ଜାତୀୟ ସଭାପତି ରାଜନ କ୍ଷୀରସାଗର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶ୍ରୀକୁମାର ମୁଖାର୍ଜୀ, ଜାତୀୟ ଉପସଭାପତି ଆଶିଷ କାନୁନଗୋ, ଶଶୀଭୂଷଣ ସ୍ବାଇଁ, କ୍ଷୀରୋଦ ପ୍ରସାଦ ସିଂହଦେଓ ପ୍ରମୁଖ ଯୋଗଦେଇ ପାନଚାଷୀଙ୍କ ସୁରକ୍ଷା, ଉନ୍ନତି ,ଋଣ ଯୋଗାଣ ଓ ବୀମାଭୁକ୍ତ କରିବା ପାଇଁ ଆଲୋକପାତ କରିଥିଲେ । ଦେଶର ଆଠ ଗୋଟି ରାଜ୍ୟରେ ପାନ ଉତ୍ପାଦନ ହେଉଅଛି । କେନ୍ଦ୍ର ସରକାର ପାନ ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ଆୟ ପାଉଛନ୍ତି । ଅଥଚ ପାନ ଚାଷୀମାନେ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ପାନ ଚାଷୀ ମାନେ ସମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସରକାରୀ ପ୍ରୋତ୍ସାହନ ଅଭାବ ରହିଛି । ପାନ ପତ୍ରକୁ ଖୁବ କମ ଜାଗାରେ ଉପ୍ତାଦନ କରି ଗୋଟିଏ ପରିବାର ଗୁଜୁରାଣ ମେଣ୍ଟାଇ ପାରୁଛି।ପାନ ପତ୍ରରୁ ପାନୀୟ ପ୍ରସ୍ତୁତ କରାଗଲେ ଲକ୍ଷ ଲକ୍ଷ ପାନ ଚାଷୀ ଉପକୃତ ହୋଇପାରିବେ। ସରକାର ଏ ଦିଗରେ ଗବେଷଣା କରନ୍ତୁ ବୋଲି ବକ୍ତା ମାନେ ଦାବୀ କରିଥିଲେ । ପାନ ପତ୍ରକୁ ଜାତୀୟ ପତ୍ର ଘୋଷଣା କରିବା,ବିନା ସୁଧରେ ପାନ ଚାଷୀଙ୍କୁ -୫୦ ହଜାର ଟଙ୍କା ଋଣ ଦେବା,ପାନର ସର୍ବନିମ୍ନ ଦର ଧାର୍ଯ୍ୟ କରିବା,ପାନ ଉପରୁ ଜିଏସଟି ଉଠାଇ ବ୍ୟବସାୟୀ ମାନଙ୍କୁ ଚାଷୀ ଠାରୁ ପାନ କିଣିବା ପାଇଁ ଉତ୍ସାହିତ କରିବା ଓ ପାନ ପରିବହନ ପାଇଁ ସ୍ଵତନ୍ତ୍ର ରେଳ ବ୍ୟବସ୍ଥା କରିବା ଉପରେ ଆଲୋଚନା କରାଯାଇଥିଲା । ଏ ସବୁ ଦାବି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ । ଏହା ସହିତ ପାନ ଚାଷୀ ଆନ୍ଦୋଳନ କୁ ସଂଗଠିତ ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଦିପ୍ତ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇ ପୁରୀ ସହରର ଐତିହାସିକ ଭୁମିକା ଉପରେ ଆଲୋକପାତ କରିଥିଲେ । ପଶ୍ଚିମବଙ୍ଗର ଡଃ ଶ୍ରୀମତୀ କୋଏଲ ପାନ ପତ୍ର ଉପରେ ଗବେଷଣା କରୁଥିବାରୁ ଏହାର ଔଷଧୀୟ ଗୁଣ,ଓ ଏଥିରୁ କିପରି ପାନୀୟ ପ୍ରସ୍ତୁତ କରାଯାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ ବୋଲି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026