ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣା

୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଓଲଟିଲା। ଭାରସାମ୍ୟ ହରାଇ ଜଣେ ବୃଦ୍ଧ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ରାସ୍ତା କଡ଼ ନାଳକୁ ଓଲଟିଲା ପରୀକ୍ଷାର୍ଥୀଙ୍କ ବୋଲେରୋ । ଏଭଳି ଏକ ଅଭାବନୀଅ ଅଘଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ । ଏହି ଘଟଣାରେ ଆହାତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସାଇକେଲ ଆରୋହୀ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି
ରାଜନଗର, ବାଘମାରୀ ପଞ୍ଚାୟତ ବିବେକାନନ୍ଦ ହାଇସ୍କୁଲର ୧୧ ଜଣ ଛାତ୍ର ଛାତ୍ରୀ ଡାଙ୍ଗମାଳ ସ୍ଥିତ ନାଗା ନାରାୟଣ ବିଦ୍ୟାପୀଠକୁ ପରୀକ୍ଷା ଦେବା ପାଇଁ ତାଳଚୁଆରୁ ଏକ ବୋଲେରୋ ଗାଡ଼ିରେ ବାହାରିଥିଲେ । ତେବେ କୃଷ୍ଣନଗର ଠାରେ କୌଣସି କାରଣରୁ ଏକ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା । ଏହାପରେ ଗାଡିଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡ଼ିଥିଲା ଉକ୍ତ ଗାଡ଼ିରେ ୧୧ ଜଣ ଛାତ୍ରଛାତ୍ରୀ ଥିଲେ ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ତାଳଚୁଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ, ସାଇକେଲ ଚାଳକ ସୁବୋଧ୍ୟ ମଣ୍ଡଳଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । କିଛି ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ଡାଙ୍ଗମାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Exit mobile version