ଆଇସିଏଆଇ ଭୁବନେଶ୍ୱର ଶାଖାରେ ୨୦୨୫-୨୬ ବର୍ଷ ପାଇଁ ନୂତନ ପାର୍ଥି ମନୋନୀତ

୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଭୁଵନେଶ୍ବର  :-  ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖାଠାରେ ୨୦୨୫-୨୬ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସଦସ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ- ସିଏ ମହେନ୍ଦ୍ର କୁମାର ସାହୁ, ଉପାଧ୍ୟକ୍ଷ – ସିଏ ଗୌତମ ଲେଙ୍କା, ସଚିବ- ସିଏ ପୃଥ୍ୱୀ ରଞ୍ଜନ ପାଢ଼ୀ , କୋଷାଧ୍ୟକ୍ଷ ତଥା ଛାତ୍ର ସଂଗଠନର ଅଧ୍ୟକ୍ଷ- ସିଏ ସୌମ୍ୟ ସୁନୀଲ ସାହୁ, ପରିଚାଳନା ସମିତି ସଦସ୍ୟ – ସିଏ ଗଗନ ବିହାରୀ ଦାସ, ସିଏ ପ୍ରଣବ କିଶୋର ଦାସ ଏବଂ ସିଏ ଶାସ୍ୱତ ତ୍ରିପାଠୀ ନୂତନ ମନୋନୀତ ପାର୍ଥୀ ଭାବେ ହୋଇଛନ୍ତି ।

ନୂତନ ପରିଚାଳନା କମିଟି ସଦସ୍ୟମାନେ ଆଇସିଏଆଇର ସାମଗ୍ରିକ ଉନ୍ନତି ପାଇଁ ସେମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ଵ ତୁଲାଇବା ତଥା ସିଏ କ୍ଷେତ୍ରରେ ସମାଜ କଲ୍ୟାଣ ଦିଗରେ ସହଯୋଗ କରିବାରେ ସେମାନଙ୍କର ସର୍ବୋତ୍ତମ ପ୍ରୟାସ ଜାରି ରଖିବେ ବୋଲି ସଂକଳ୍ପ ନେଇଛନ୍ତି । ଚାର୍ଟର୍ଡ଼ ଏକାଉଣ୍ଟାଣ୍ଟ, ସିଏ ଛାତ୍ରଛାତ୍ରୀ ତଥା ଦେଶ ଗଠନ ପାଇଁ ଆଗାମୀ ଦିନରେ ନୂତନ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସୂଚନା ଦେଇଛନ୍ତି ।

Exit mobile version