୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଅଖିଳ ଭାରତୀୟ ବିଶ୍ବକର୍ମା ମହାସଭା ଓ ଅଖିଳ ଉତ୍କଳ ବିଶ୍ବକର୍ମା ସମିତିର ମିଳିତ ସହଯୋଗରେ ପୁରୀ ଟାଉନହଲ ଠାରେ ହୀରକ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି । ବିଶ୍ବକର୍ମା ସମାଜର ସାମୁହିକ ଉନ୍ନତି ଉପରେ ଆଲୋଚନା ହୋଇଥିଲା । ମହାସଭାର ରାଷ୍ଟ୍ରୀୟ ସଭାପତି ଛେଦିଲାଲ ଶର୍ମା ବିଶ୍ବକର୍ମା ଉଦଘାଟିତ କରି କହିଲେ ଜାତିର ଉନ୍ନତି ପାଇଁ ସମସ୍ତେ ଏକ ହୋଇ ଦାବି ଉପସ୍ଥାପନ କଲେ କେନ୍ଦ୍ର ଓ ରାଜ୍ଯ ସରକାର ପ୍ରସଙ୍ଗକୁ ବିଚାରକୁ ନେବେ । କୂଳର ରାଜନୈତିକ, ସାମାଜିକ ଓ ଆର୍ଥିକ ଉନ୍ନତି ସଂପର୍କରେ ଆଲୋଚନା ହୋଇଥିଲା ।
