୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଗତକାଲି ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ, ଯୋଡ଼ା-ବଡ଼ବିଲ, ବଡ଼ବିଲ – ବରଷୁଆଁ ରେଳ ଲାଇନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଦୁଇଟି ରେଳ ଲାଇନ ନିର୍ମାଣର ସମ୍ଭାବନା ଉଜ୍ଜ୍ୱଳ। କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱ ପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି।୨୫୦ କିଲୋମିଟର ଦୀର୍ଘ ଗୋପାଳପୁର- ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା- ଗୁଣୁପୁର- ଥେରୁବାଲି ରେଳ ଲାଇନର ଦୋହରୀ କରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି ।
