Home ଓଡ଼ିଶା ଆଇଜିଏମ ଡ଼ିଗ୍ରୀ କଲେଜର ଓଡ଼ିଆ ବିଭାଗରେ ମାତୃ ଭାଷା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ଆଜି ‘ଅନ୍ତର୍ଜାତୀୟ ମାତୃଭାଷା’ ଦିବସ ପାଳନ କରାଯାଇଥିଲା । ବିଭାଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଓ ଅଧ୍ୟାପିକା ଝୁନୁମଣୀ ଜେନା ଯୋଗଦେଇ ଆମ ଭାଷା ଓଡ଼ିଆ, ଏହା ଆମର ଅସ୍ମିତା ବୋଲି କହିଥି lଲା ବେଳେ ସବୁ କ୍ଷେତ୍ରରେ ମାତୃଭାଷାର ବ୍ୟବହାର ଓ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ବକ୍ତବ୍ୟ ପ୍ରସଙ୍ଗରେ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସଭା ପ୍ରାରମ୍ଭରେ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ଭାଷାରେ ପରିଣତ ଲାଗି ପ୍ରୟାସ କରିଥିବା ଆଦି କବି ସାରଳା ଦାସ,କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ ପ୍ରମୁଖ ମହାମନିଷୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଛାତ୍ରୀ ସାଗରିକା ଜେନା, ସ୍ମୃତିରେଖା ସାହୁ, ପ୍ରଜ୍ଞାପାରମିତା ପତି, ସିଲି ସେଠୀ, ରମାରାଣୀ ମଲ୍ଲିକ ପ୍ରମୁଖ ଭାଷାଭିତିକ ସଂଗୀତ ପରିବେଶଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ସୁବର୍ଣ୍ଣା ସାହୁ, ପ୍ରଭାସିନୀ ପତି, ଇପ୍ସିତା ମାଝି, ମୃଣ୍ମୟୀ ତରାଇ, ଶିବାନୀ ସେଠୀ, ଲିସାରାଣୀ ସାମଲ, ଦୀପାରାଣୀ ଜେନା, କେଶରୀ ମୁଣ୍ଡା, ଆଭାଜ୍ୟୋତି ମଲ୍ଲିକ, ମମତା ପାଜି, ସୋନି ସାହୁ, ପ୍ରିୟଙ୍କା ପଣ୍ଡା, ସଙ୍ଗୀତା ଦେଓ ପ୍ରମୁଖ ଛାତ୍ରୀମାନେ ମାତୃଭାଷା ପ୍ରସଙ୍ଗ ଭିତିକ ବକ୍ତବ୍ୟ ଦେଇଥିଲେ । ଓଡ଼ିଆ ବିଭାଗର ସମୂହ ଛାତ୍ରୀ ସାମିଲ ହୋଇଥିଲେ । ଶେଷରେ ଛାତ୍ରୀ ସ୍ମୃତିରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026