Home ଓଡ଼ିଶା ଗୋପ ଶିକ୍ଷା ମଣ୍ଡଳ ପକ୍ଷରୁ ମାଟ୍ରିକ ପରୀକ୍ଷା କୁ ଅବାଧ ଓ କପିମୁକ୍ତ ପାଇଁ ଜାଗ୍ରତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କେନ୍ଦ୍ର ରେ 2385 ପରକ୍ଷାର୍ଥୀ ଙ୍କ ମଧ୍ୟରୁ 20 ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଚଳିତ ମାସ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ l ଗୋପ ବ୍ଲକ ରେ ମୋଟ 12 ଟି କେନ୍ଦ୍ର ରେ 2385 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ କିନ୍ତୁ 20 ଜଣ ପରୀକ୍ଷାର୍ଥୀ କୌଣସି କାରଣ ବଶତଃ ପରୀକ୍ଷା ଦେଇନଥିଲେ l ପରୀକ୍ଷା କେନ୍ଦ୍ର ଗୁଡିକ ରେ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ପରିଦର୍ଶନ କରାଯାଇଥିଲା l ନୋଡାଲ କେନ୍ଦ୍ର ଓ ଏଥିରେ ସାମିଲ କେନ୍ଦ୍ରଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଛି। ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସ୍କୁଲ ଭାବେ ନିଆଯାଇଥିବା ବେଳେ ଏହା ଅଧୀନରେ କାକଟପୁର ବ୍ଲକ୍ର ବଟେଶ୍ଵର ହାଇସ୍କୁଲ, ବାଲିଦୋକାନ ପରୀକ୍ଷା କେନ୍ଦ୍ରକୁ ମିଶାଇ ୯ଟି ପରୀକ୍ଷା କେନ୍ଦ୍ରକୁ ୧୬୫୮ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ଯିବାକୁ ଥିବାବେଳେ କାକଟପୁର ନୋଡାଲ ହାଇସ୍କୁଲ୍ରୁ ଗୋପ ବ୍ଲକ୍ ନୟାହାଟ ହାଇସ୍କୁଲ୍ ପରୀକ୍ଷା କେନ୍ଦ୍ରରେ ୨୫୦ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ଆସିବାର ବ୍ୟବସ୍ଥା କରାଯାଇଛି । ସେହିପରି ପୁରୀ ଜିଲ୍ଲା ସ୍କୁଲ୍ରୁ ଗୋପ ବ୍ଲକ୍ର ବନ୍ତଳିଗ୍ରାମ ପଞ୍ଚାୟତ ହାଇସ୍କୁଲ୍ କେନ୍ଦ୍ରରେ ୧୯୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଏବଂ ହରିଶ୍ଚନ୍ଦ୍ର ମେମୋରିଆଲ ହାଇସ୍କୁଲ୍, ଛଇତନାରେ ପରୀକ୍ଷା ଦେବାକୁଥିବା ୨୦୩ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ପଠାଯାଇଥିଲା। ସେହିପରି ଗୋପ ନିଗମାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟକୁ ନୋଡାଲ ସ୍କୁଲ କରାଯାଇଥିବା ବେଳେ ବିଦ୍ୟାଳୟରେ ୧୯୮ ଜଣ, ଗଣେଶ୍ଵରପୁର ନୋଡାଲ ସ୍କୁଲ୍ରେ ୨୦୪ ଜଣ, ନାଗପୁର ନୋଡାଲ ହାଇସ୍କୁଲ୍ରେ ୧୫୪ ଜଣ, ଦାମୋଦରପୁର ବାଳିକା ଉଚ୍ଚବିଦ୍ୟାଳୟ, କୋଣାର୍କରେ ୧୬୨ ଜଣ, କୋଣାର୍କ ସରକାରୀ ଉଚ୍ଚବିଦ୍ୟାଳୟରେ ୧୩୧ ଜଣ, ସରକାରୀ ଏସ୍ ଏସ୍ ଡି ହାଇସ୍କୁଲ୍, କୋଣାର୍କରେ ୨୧୪ ଜଣ, ଏକେ ବିଦ୍ୟାପୀଠ କୋଣାର୍କରେ ୧୯୬ ଜଣ ଏବଂ ଏରବଙ୍ଗ ହାଇସ୍କୁଲ୍ରେ ୨୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହିପରି ମୋଟ ୧୬୯୮ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଗୋପ ନିଗମାନନ୍ଦ ନୋଡାଲ ସ୍କୁଲରୁ ପ୍ରଶ୍ନପତ୍ର ଯିବାର ପଠାଇଥିଲା । ସ୍ଥାନୀୟ ତହସିଲଦାର ଅନିଲ କୁମାର ମହାନ୍ତି ଙ୍କ ଉପସ୍ଥିତି ପ୍ରଶ୍ନପତ୍ର କୁ ଖୋଲାଯାଇଥିଲା l ପରୀକ୍ଷା କେନ୍ଦ୍ର ଗୁଡିକ ରେ ସୁଚାରୁରୁପେ ପରିଚାଳନାକୁ ଓ ଅବାଧ, ନିରପେକ୍ଷ ଏବଂ କପିମୁକ୍ତ କରିବାକୁ ସ୍ବତନ୍ତ୍ର ସ୍କାର୍ଡ ଗଠନ କରାଯାଇଛି l ଉତ୍ତର ଖାତାଗୁଡ଼ିକ ଡେସ୍ସ୍ପୋଚ ଟିମ୍ ଦ୍ବାରା ସଂଗ୍ରହ କରାଯାଇ ବୋର୍ଡ ଜିମା ଦିଆଯିବ ବୋଲି ସୂଚନା ମିଳିଛି । ଏହାକୁ ଆଖିଆଗରେ ରଖି ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଏ ଆଇ କ୍ୟାମେରା ଲଗାଯାଇଥିବା ବେଳେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026