୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ୨୪ତମ ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା ଚାମ୍ପିୟନଶିପ୍ ୨୦୨୪-୨୫ରେ ଓଡ଼ିଶା ପୋଲିସକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ଅଭୁତପୁର୍ବ ସଫଳତା ହାସଲ କରିଛନ୍ତି । ଗତ ଫେବୃଆରୀ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ଏହି ଚାମ୍ପିୟନଶିପ୍ ରେ ଓଡ଼ିଶା ପୁଲିସ ୱାଟରସ୍ପୋର୍ଟସ ଦଳ ବିଭିନ୍ନ ପ୍ରତିଯୋଗିତାରେ ୫ ସ୍ୱର୍ଣ୍ଣ ପଦକ, ୧ ରୌପ୍ୟ ପଦକ, ୪ କାଂସ୍ୟ ପଦକ ଜିତି ବିରଳ ସଫଳତା ହାସଲ କରିଛନ୍ତି।

