Home ଓଡ଼ିଶା ବିଧାନସଭାରେ ଉଠିଲା କଟକ ବାଲିଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଏ ସମସ୍ତ ପ୍ରସଙ୍ଗରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଧାନସଭାରେ ଉଠିଲା କଟକ ବାଲିଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ । ମାହାଙ୍ଗାର ବିଜେପି ନେତା ତଥା ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ଗତବର୍ଷ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ନେଇ ଅଭିଯୋଗ ଉଠାଇଥିଲେ । ଗଣକବି ବୈଷ୍ଣବ ପାଣି ମଞ୍ଚରେ ରେକର୍ଡ଼ ଡାନ୍ସ ହୋଇଥିବାରୁ ସେ ଆପତ୍ତି ଉଠାଇଥିଲେ । ଏହା ଓଡ଼ିଆ ଅସ୍ମିତା ପ୍ରତି ଅପମାନ । ଏପରିକି କଟକ ଜିଲ୍ଲାର ବିଧାୟକ ହୋଇଥିବା ସତ୍ତ୍ୱେ ତାଙ୍କୁ ଉପେକ୍ଷିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ନିଲାମ ପ୍ରକ୍ରିୟା ବି ସ୍ୱଚ୍ଛ ନଥିଲା । ଏହାର ଯାଞ୍ଚ ପାଇଁ ସେ ଦାବି କରିଛନ୍ତି । କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦୋସ ମଧ୍ୟ ନିଲାମ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଥିଲେ । ଏହାକୁ ଉଛେଦ କରିବାକୁ ସେ ଦାବି ଉଠାଇଲେ । ନିଲାମ ପ୍ରକ୍ରିୟା ବନ୍ଦ ନହେଲେ ବାଲିଯାତ୍ରାର ମାନ ହ୍ରାସ ପାଉଛି । ଅନ୍ୟପଟେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ବାଲିଯାତ୍ରାରେ ତାରକସି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ । ଏ ସମସ୍ତ ପ୍ରସଙ୍ଗରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆଗକୁ ତାରକସି ଷ୍ଟଲ ପାଇଁ ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା UNESCOର କାମ । ବାଲିଯାତ୍ରାକୁ UNESCO କିପରି ଜାତୀୟ ମାନ୍ୟତା ମିଳିବ ସେନେଇ ଏକ ବିଶେଷଜ୍ଞ ଟିମ UNESCO ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି । ବାଲିଯାତ୍ରାରେ ଓଡ଼ିଆ ସଂସ୍କୃତି ଓ ଭାଷା ବିଭାଗର ସିଧା ସଳଖ ହସ୍ତକ୍ଷେପ ରହେନି । ଆୟ ବ୍ୟାୟର ହିସାବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା ସଂସ୍କୃତିକ ପରିଷଦ ରଖେ । ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ୨୦୨୪ ବାଲିଯାତ୍ରାରେ ୨୪୩୮ ଷ୍ଟଲ ଆବଣ୍ଟନ ହୋଇଥିଲା । ଏଥିରୁ ୧୧୮୮ ନିଲାମ ଓ ୧୨୫୦ ସ୍ଥିରୀକୃତ ଦର ମାଧ୍ୟମରେ ଆବଣ୍ଟନ କରାଯାଇଥିଲା । ପ୍ରୟୋଜକ ଓ ଅନ୍ୟ ମାଧ୍ୟମରେ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଥିଲା । ବିଭିନ୍ନ ପ୍ରସଙ୍ଗ ନେଇ ଜିଲ୍ଲା ସାଂସ୍କୃତିକ ପରିଷଦ ସହ ଆଲୋଚନା କରିବାର ପ୍ରତିଶୃତି ଦେଇଛନ୍ତି । ବାଲିଯାତ୍ରା ସହ ଜଡିତ ବିଭିନ୍ନ ବିଭାଗ ସହ ଆଲୋଚନା କରି ଏହାର ତର୍ଜମା କରାଯିବ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026