Home ଓଡ଼ିଶା ହାତୀ ଚଳପ୍ରଚଳ ଅଞ୍ଚଳରେ ରେଳ ଟ୍ରାକ ଗୁଡିକରେ ଟ୍ରେନ ଯାତାୟାତ ସୁଗମ ପାଇଁ ରେଳବାଇ ଓ ବନବିଭାଗ ମଧ୍ୟରେ ସମନ୍ବୟ ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧା ରୋଡ଼ ରେଳବାଇ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ହାତୀମାନଙ୍କର ସୁଗମ ଯାତାୟାତ, ଦୁର୍ଘଟଣାକୁ ଏଡାଇବା ଏବଂ ଅତ୍ୟଧିକ ହାତୀ ସତର୍କତା କାରଣରୁ ଟ୍ରେନ୍ ବିଳମ୍ବକୁ ହ୍ରାସ କରିବା ପାଇଁ ରେଳ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ଏହି ବୈଠକର ମୂଖ୍ୟ ଉଦ୍ଦେଶ୍ୟ । ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା,ଏହି ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧାରୋଡ଼ ମଣ୍ଡଳ ତରଫରୁ, ଶ୍ରୀ ପି.କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ସହ ଟ୍ରେନ ପରିଚାଳନା, ବାଣିଜ୍ୟିକ, ଇଞ୍ଜିନିୟରିଂ, ସିଗନାଲ୍ ଆଣ୍ଡ ଟେଲିକମ୍, ଇଲେକ୍ଟ୍ରିକାଲ୍ (ଅପରେସନ୍) ଏବଂ ସୁରକ୍ଷା ବିଭାଗର ଶାଖା ଅଧିକାରୀ ଉପସ୍ଥିତ ଥିଲେ। ବନ ବିଭାଗର ଶ୍ରୀ ସୁଦର୍ଶନ ସେଖର ଖୋରା, ଆଇଏଫଏସ, ଆଞ୍ଚଳିକ ମୁଖ୍ୟ ଜଙ୍ଗଲ ସଂରକ୍ଷକ,ଫିଲ୍ଡ ନିର୍ଦ୍ଦେଶକ ସାତକୋସିଆ ଟାଇଗର ରିଜର୍ଭ, ଅନୁଗୁଳ ଏବଂ କଟକ,ଆଠଗଡ ଢେଙ୍କାନାଳ, ଖୋର୍ଦ୍ଧା ଡିଭିଜନର ବରିଷ୍ଠ ବନ ଅଧିକାରୀ ଏଵଂ ଅନ୍ୟ ମାନେ ଉପସ୍ଥିତ ଥିଲେ। ଜଙ୍ଗଲ ଅଧିକାରୀଙ୍କ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ବାଜୱା ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଏକ ସୁସ୍ଥ ଆଲୋଚନା କରାଯାଇଥିଲା ଏବଂ ରେଳ ଧାରଣାରେ ହାତୀ ମୃତ୍ୟୁକୁ ଏଡାଇବା ପାଇଁ ବିଭିନ୍ନ କାର୍ଯ୍ୟ ପନ୍ଥା ପ୍ରସ୍ତୁତ କରାଯାଇଥିଲା । ସମ୍ବେଦନଶୀଳ ରେଳ ସେକ୍ସନ ମାନଙ୍କରେ ହାତୀ ଗତିବିଧି ବିଷୟରେ ସଠିକ ସମୟରେ ଯୋଗାଯୋଗ ପାଇଁ ବିଭାଗୀୟ ଜଙ୍ଗଲ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସେମାନଙ୍କ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଥିଲା । ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ହୋଇଥିବା ସ୍ଥାନଗୁଡ଼ିକରେ ଉପମାର୍ଗ ବା ଅଣ୍ଡରପାସ୍ ଏବଂ ଓଭରବ୍ରିଜ୍ ନିର୍ମାଣ କରାଯିବ । ଏଗୁଡିକ ମଧ୍ୟରେ ବୈରୀ,କପିଳାସ୍ ରୋଡ୍, ଢେଙ୍କାନାଳ, ହିନ୍ଦୋଳ, ସଦାଶିବପୁର ଇତ୍ୟାଦି । ସମ୍ବେଦନଶୀଳ ସ୍ଥାନଗୁଡିକ ଚିହ୍ନଟ କରାଯିବ ଏବଂ ରେଳ ଟ୍ରାକ୍ ନିକଟରେ ଥିବା ଉଦ୍ଭିଦଗୁଡିକ ସ୍ୱଚ୍ଛ ଦୃଶ୍ୟମାନତା ପାଇଁ ସଫା କରାଯିବ। ଲୋକୋ ପାଇଲଟମାନଙ୍କୁ ପୂର୍ବ ଚେତାବନୀ ଭାବରେ ସାଇନେଜ୍ ବୋର୍ଡର ଉପଲବ୍ଧତା ସୁନିଶ୍ଚିତ କରାଯିବ । ଷ୍ଟେସନ ମାଷ୍ଟର ଏବଂ ବନ ବିଭାଗ ମଧ୍ୟରେ ସୁଗମ ଯୋଗାଯୋଗ ପାଇଁ ୱାକି-ଟକି ମାଧ୍ୟମରେ ଏକ ସ୍ୱତନ୍ତ୍ର ଚ୍ୟାନେଲ ସୃଷ୍ଟି ହେବ, ଯାହାଫଳରେ ଷ୍ଟେସନ ମାଷ୍ଟର ଟ୍ରେନ କର୍ମଚାରୀଙ୍କୁ ଠିକ୍ ସମୟରେ“ଲୁକ୍ ଆଉଟ୍ ପରାମର୍ଶ” ଦେଇପାରିବେ। ବଣୁଆ ଜୀବଜନ୍ତୁ ସଂରକ୍ଷଣ ଏବଂ ସୁରକ୍ଷା ଉପରେ ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ପାଇଁ ନିୟମିତ ପ୍ରେରଣା କାର୍ଯ୍ୟକ୍ରମ କରାଯିବ। ଆଇଆରସିଟିସି ପାନ୍ଟ୍ରି କାର କର୍ମଚାରୀଙ୍କୁ ରେଲୱେ ଟ୍ରାକରେ ଖାଇବା ବର୍ଜ୍ୟବସ୍ତୁ ନ ଫିଙ୍ଗିବାକୁ ନିର୍ଦ୍ଦେଶ ଦିଆଯିବ ଯାହା ବନ୍ୟଜନ୍ତୁମାନଙ୍କୁ ଆକର୍ଷିତ କରିପାରେ। ଖୋର୍ଦ୍ଧାରୋଡ଼ ମଣ୍ଡଳରେ ହାତୀ କରିଡର ଗୁଡ଼ିକ ହେଉଛି,ବୈରୀ, କପିଳାସ୍ ରୋଡ଼, କାଇପଦର, ତାପଙ୍ଗ, ଗୁରୁଡ଼ିଝାଟିଆ, ରାଜା ଆଠଗଡ଼, ମାଛପୁର, ରାଧାକୀସୋରପୁର,ଘଣ୍ଟିଖାଲ୍, ପରଜଙ୍ଗ, କମଳଙ୍ଗା ଇତ୍ୟାଦି। ହାତୀ ଗତିବିଧି ସମ୍ବନ୍ଧୀୟ ସୂଚନାକୁ ସମ୍ପୃକ୍ତ ବିଭାଗକୁ ପଠାଇବା ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳର କଣ୍ଟ୍ରୋଲ ରୁମ ଦିନରାତି କାର୍ଯ୍ୟ କରୁଛି ଏବଂ ସେଠାରେ ଟ୍ରେନ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ଏଡାଇବା ପାଇଁ ଷ୍ଟେସନ ମାଷ୍ଟର ଏବଂ ଲୋକୋ ପାଇଲଟ ମାନଙ୍କୁ ସତର୍କତା ନିର୍ଦ୍ଦେଶ ଜାରି କରାଯାଇଛି। ବେଳେବେଳେ ହାତୀ କରିଡରରେ ସତର୍କତା ଆଦେଶ ହେତୁ ଟ୍ରେନ ଗୁଡିକର ସମୟାନୁବର୍ତ୍ତୀତା ବାଧାପ୍ରାପ୍ତ ହେଉଛି।ତେଣୁ, ଟ୍ରେନ୍ ଦୁର୍ଘଟଣାରୁ ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ପାଇଁ ରେଲୱେ ବ୍ୟବହାରକାରୀ ରେଳବାଇକୁ ସହଯୋଗ କରିବା ପାଇଁ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା, ଅନୁରୋଧ କରିଛୋନ୍ଥି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026 କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର by Proprietor Abhimanyu Maharana October 11, 2026 ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026