ମହାପର୍ବତ ପ୍ରାକୃତିକ ସଂପଦ ଉପରେ ଆଲୋଚନାଚକ୍ର, ଏହାକୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଦାବୀ

୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମହାପର୍ବତ ଓ ଏହାର ଆଖପାଖ ଅଞ୍ଚଳ ବୁଲି ଦେଖିବା ସହ ପ୍ରାକୃତିକ ସଂପଦ ଓ ବନଜନ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଶ୍ୟାମଲାଲ୍ ଭୋଏଙ୍କ ତତ୍ତ୍ୱାବଧାନରେ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ମହାପର୍ବତର ପ୍ରାକୃତିକ ସଂପଦ ଅନ୍ୟନ୍ୟ ଅଟେ ବୋଲି କହିଥିଲେ ।

ଏହି ମହାପର୍ବତ ପ୍ରାୟ ୫୦୦ଏକର ବିଶିଷ୍ଟ ସ୍ଥାନରେ ରହିଛି ଓ ଏଠାରେ ତିନିଗୋଟି ପର୍ବତ ପାଖାପାଖି ହୋଇ ରହିଛି ଏବଂ ଏଠାରେ ବହୁ ମୂଲ୍ୟବାନ ବୃକ୍ଷଲତା, ହେଣ୍ଟାବାଘ, ବାରାହା, ମୟୂର, ଗାଡଭାଲୁ, ବିଲୁଆ, ବିଭିନ୍ନ ପ୍ରକାରର ଶରୀସୃପ ଓ ପକ୍ଷୀମାନେ ବାସ କରୁଛନ୍ତି ବୋଲି ପ୍ରାଧ୍ୟାପକ ମହାପାତ୍ର ପ୍ରକାଶ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମହାପର୍ବତକୁ ଏକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗକୁ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମରେ ରାଜଲକ୍ଷ୍ମୀ ନାୟକ, ସ୍ମୃତି ସାଗରିକା ପରିଜା, ଚିନ୍ମୟୀ ସାହୁ, ରାଜଲକ୍ଷ୍ମୀ ରାଉତ, ଅରବିନ୍ଦ ଦାସ, ପ୍ରତ୍ୟୁଷ ବେହେରା, କରୁଣାମୟୀ ବେହେରା, ଆଶ୍ରୀତ୍ ବେହେରା, ରାକେଶ ମହାପାତ୍ର ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗନେଇଥିଲେ । ଅମିତ୍ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version