୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ଏଥିରେ ପ୍ରଜନନ, ପ୍ରସବ କାଳୀନ ମାତୃ ଓ ନବଜାତ ଶିଶୁ ଯତ୍ନ, କିଶୋର ସ୍ୱାସ୍ଥ୍ୟ ଏବଂ ପୋଷଣ କିପରି ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ପ୍ରମୁଖ ଭାବେ ପ୍ରଭାବିତ କରିଥାଏ ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମଗୁଡିକର ଜିଲ୍ଲା ସ୍ୱାସ୍ଥ୍ୟ ସୂଚକାଙ୍କ ଆକଳନ ଆଧାରରେ ସମସ୍ୟାଗୁଡିକୁ ଚିହ୍ନଟ କରି ସ୍ୱାସ୍ଥ୍ୟସେବା ଉପରେ ଉନ୍ନତି ଆଣିବାକୁ ନିର୍ଦେଶ ଦେଇଥିଲେ ।

