ସୁତନରେ ଆମ ପୋଲିସ କାର୍ଯ୍ୟକ୍ରମ

୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ଗୋପ ବ୍ଲକର ସୁତନ ଠାରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଦ୍ଵାରା ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସୁତନ ଓ ଟିକନା ଗ୍ରାମ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳା ଯାଇଥିଲା।ଏଥିରେ ମା ରୁଦ୍ରାୟନୀ ଟିମ୍ ସୁତନ ଟିକନା ଗ୍ରାମର ମା ରାମଚଣ୍ଡୀ ଟିମକୁ ପରାସ୍ତ କରି ଏହି ମ୍ୟାଚରେ ବିଜୟୀ ହୋଇଥିଲେ।

ପୋଲିସ ଓ ସାଧାରଣ ଜନତାଙ୍କ ବ୍ୟବଧାନ କମ୍ କରିବା ତଥା ଉପକୂଳ ଅଂଚଳରେ କିଭଳ ସୁରକ୍ଷିତ ହୋଇ ପାରିବ ତାର ଏକ ସଚେତନ ବାର୍ତ୍ତା ଦେବା ପାଇଁ ଏକ ଛୋଟ ପ୍ରୟାସ ବୋଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀଣି ଶ୍ରୀମତୀ ପ୍ରତିମା ସାହୁ କୁହନ୍ତି।ଉକ୍ତ ଖେଳରେ ସୁତନ ଗ୍ରାମପଞ୍ଚାୟତର ନୋମିନି ସଭ୍ୟ କାଶୀନାଥ ନାୟକ,ରମାକାନ୍ତ ବେହେରା,ରାଜେଶ ପ୍ରଧାନ,ପ୍ରଦୀପ୍ତ ସାହୁ ଖେଳକୁ ପରିଚାଳନା କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ରନର୍ସ ଦଳକୁ ଶ୍ରୀଯୁକ୍ତ କାଶୀନାଥ ନାୟକ ଟ୍ରଫି ଦେବା ବେଳେ ବିଜୟୀ ଦଳକୁ ଶ୍ରୀମତୀ ସାହୁ ଟ୍ରଫି ପ୍ରଦାନ କରିଥିଲେ।ଖେଳକୁ ଚନ୍ଦ୍ରଭାଗା ଥାନାର ସମସ୍ତ ପୋଲିସ ଭାଇ ମାନେ ପରିଚାଳନା କରିଥିଲେ।

Exit mobile version