୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଭୋଇ ସାହି ର ଶିବ ପ୍ରସାଦ ଭୋଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଶିବ ଟିକାବାଲି ବ୍ଲକ୍ ଅଧିନସ୍ଥ ବୁର୍ବୀନାଜୁ ଗ୍ରାମ ପଞ୍ଚାୟତ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ କିରାଣୀ ଭାବରେ କାର୍ଯ୍ୟରତ ଥିଲେ । ସୂଚନା ପ୍ରକାରେ ଶିବ ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ଭୋରରୁ ଟିକାବାଲି ମାଷ୍ଟ୍ରପଡା ସାହି ପାଖରେ ଥିବା ରଙ୍ଗୁଆରେ ସ୍ନାନ କରିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ମୁହଁ ମାଡି ବୁଡି ଯାଇଥିବା ଅନୁମାନ କରାଯାଉଛି ।
