୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ । ହେଲେ ତାହା ପୂର୍ବରୁ ଦେଖା ଦେଇଛି ପାଣି ସମସ୍ୟା । ପାଣି ପାଇଁ ସାହିରେ ଦେଖା ଦେଇଛି ଅଶାନ୍ତି, ସକାଳ ହେଲେ ଝଗଡ଼ା ହେଉଛନ୍ତି ମହିଳା । ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଗାବାଡ଼ି ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗାର୍ଗାବାଡ଼ି ଗ୍ରାମ ବ୍ଲକ ତଥା ପଞ୍ଚାୟତ ହେଡ କ୍ୱାଟର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ । ହେଲେ ଏହି ଗାଁକୁ ଦେଖିଲେ ମନେ ହେଉଛି ଦୀପ ତଳ ଅନ୍ଧାର ଭଳି । ଏହି ଗାଁରେ ୪୦ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି ।
