Home ଓଡ଼ିଶା ବିକଶିତ ଗାଁ,ବିକଶିତ ଓଡ଼ିଶା ପ୍ରକଳ୍ପ ପାଇଁ ଗ୍ରାମସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଗ୍ରାମୀଣ ଓଡ଼ିଶାର ଜୀବନ ଧାରଣର ମାନବୃଦ୍ଧି, ଅର୍ଥନୈତିକ ଅଭିବୃଦ୍ଧି, ଗ୍ରାମାଞ୍ଚଳର ଭିତ୍ତିଭୂମି ଓ ସାମଗ୍ରିକ ବିକାଶ ତ୍ୱରାନ୍ୱିତ କରିବା ପାଇଁ ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା। ଯୋଜନାରେ ବହୁମୁଖୀ ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ପାଇଁ ଗୁରୁତ୍ବ ପ୍ରଦାନ କରାଯାଇଛି। ମୁଖ୍ୟତଃ କୃଷି, ଆନୁଷଙ୍ଗିକ କୃଷି, ଗ୍ରାମ୍ୟ ରାସ୍ତା, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ଘାଟ, ବଜାର, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗି, ସାଂସ୍କୃତିକ କେନ୍ଦ୍ର, ଜଳ ଯୋଗାଣ,ସ୍ୱଚ୍ଚ ଭାରତ ମିଶନ, କ୍ରୀଡ଼ା, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀ ସହ ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଛି। ପାଞ୍ଚ ବର୍ଷ ପାଇଁ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ନିମନ୍ତେ ଗ୍ରାମସଭା ମାଧ୍ୟମରେ ତାଲିକା ପ୍ରସ୍ତୁତ କରିବା ପାଇଁ ମାର୍ଗଦର୍ଶିକା ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓଙ୍କ ସଂଯୋଜନାରେ ପଞ୍ଚାୟତ ସ୍ତରରେ ବୁଧବାର ଗ୍ରାମସଭା ଆୟୋଜନ କରାଯାଇ ବହୁ ଉନ୍ନୟନ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇଥିଲା । ରାଳବ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଗ୍ରାମସଭାରେ ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ। ପଲ୍ଲୀସଭାରେ କୃଷକ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଗନ୍ତାୟତ ଦଳାଇ,କାଳୀ ଦଳାଇ,ଏଡି ଇଓ ଗଜେନ୍ଦ୍ର ଗୌଡ଼,ୱାର୍ଡ଼ ସଭ୍ୟ,ସଭ୍ୟା, ଅଙ୍ଗନବାଡ଼ି ,ଶିକ୍ଷକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାଳବ ପଞ୍ଚାୟତର ବହୁମୁଖୀ ବିକାଶ ମୂଳକ ପ୍ରକଳ୍ପ ପାଇଁ ୫ ବର୍ଷ ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା । ଅନୁରୂପ ଭାବେ ପୁଟିଆ ପଦର ପଞ୍ଚାୟତରେ ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀ, ଖରିଡାରେ ନିର୍ବାହୀ ଅଧିକାରୀ ଶଙ୍କର ମହାନ୍ତି,ସାରୁରେ ବୈଷ୍ଣବ ମଣ୍ଡଳ, କଞ୍ଚୁରୁରେ ପ୍ରତାପ ସାହୁ ପ୍ରମୁଖ ନିର୍ବାହୀ ଅଧିକାରୀ ଗ୍ରାମସଭା ଆୟୋଜନ କରି ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିଥିଲେ । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026 ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅପରପକ୍ଷ ତର୍ପଣ ଆରମ୍ଭ by Proprietor Abhimanyu Maharana September 28, 2026 ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ by Proprietor Abhimanyu Maharana September 28, 2026