ସିଟି ୧୯୭୩-୭୫ ଵ୍ୟାଚ୍ ର ବନ୍ଧୁ ମିଳନ

୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ )  ଖୋର୍ଦ୍ଧା ଜିଲ୍ଲା :-  ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ୧୯୭୩-୭୫ ବର୍ଷ ବ୍ୟାଚ୍ ର ପ୍ରଶିକ୍ଷାର୍ଥୀ ତଥା ରାଜ୍ୟ ଗଣଶିକ୍ଷା ଵିଭାଗ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଥିବା ଶିକ୍ଷକ ମାନଙ୍କ ର ୨ୟ ବାର୍ଷିକ ବନ୍ଧୁ ମିଳନ ସମାବେଶ ଭୂଷଣ୍ଡପୁର ସ୍ଥିତ ମା ଉଗ୍ର ତାରା ଦେବୀ ଙ୍କ ପୀଠରେ ଅନୁଷ୍ଠିତ ହୋଇ ଯାଇଛି । ପଠାଣି ବଳବନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶର ୩୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ,

ଶିକ୍ଷାଧିକାରୀ ଯୋଗ ଦେଇ ସେମାନଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ କରିଥିଲେ ଏବଂ ଅତୀତର ସ୍ମୃତି ଚାରଣ ଏବଂ କର୍ମମୟ ଶିକ୍ଷକତା ଜୀବନର ସଫଳତା ବଖାଣିବା ସହ ଉତ୍ତର ନିରାମୟ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମ ର ସନ୍ ଯୋଜକ ତଥା ସମ୍ପାଦକ ମନୋଜ କୁମାର ପାତ୍ର (କାଙ୍ଗା) ଙ୍କ ପ୍ରାରମ୍ଭିକ ସୂଚନା ପରେ ଦିବଂଗତ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଶିକ୍ଷକ ଶରତ କୁମାର ବେହେରା ,

ସୁରେନ୍ଦ୍ର କୁମାର ସାମନ୍ତରାୟ ,ଭାଗବତ ଜାଲ୍ଲି, ଲକ୍ଷ୍ମୀଧର ବେହେରା, ସୁବଳ କୁମାର ବେହେରା, ରାଜକିଶୋର ସାହୁ, ଦାଶରଥି ସେଠି,ସନାତନ ବିଶି ଜେନା,ହରିହର ସାହୁ ,ହରିହର ସେଠି, ଭିକାରୀ ଚରଣ ପ୍ରଧାନ , କ୍ରୃଷ୍ଣ ଚନ୍ଦ୍ର ଦାଶ ପ୍ରମୁଖ ସେମାନଙ୍କ ର ବକ୍ତବ୍ୟ ରଖିଥିଲେ । ପରିଶେଷରେ ପଠାଣି ବଳବନ୍ତରାୟ ସଭାପତୀୟ ଅଭିଭାଷଣ ପ୍ରଦାନ ପୂର୍ବକ ସଭାସଙ୍ଗ ଘୋଷଣା କରିଥିଲେ। ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ମା ଉଗ୍ର ତାରା ଙ୍କ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।

Exit mobile version