୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା :- କଟକ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ବ୍ଲକର ନୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀ କାନ୍ଥ ପଡି ଜଣେ ଦଳିତ ଶ୍ରେଣୀର ୫ମ ଶ୍ରେଣୀରେ ପଢୁଥିବା ଛାତ୍ର ସାଇ ସ୍ୱରୁପଙ୍କର ମୃତ୍ୟୁ ଘଟିଛି। ସେଥିନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଭାବକ ଓ ନୋଦା ଗ୍ରାମର ଗ୍ରାମବାସୀମାନେ ବିଦ୍ୟାଳୟ ନିକଟରେ ରୁଣ୍ଡ ହୋଇ ଶିକ୍ଷକ ଓ ପାଚେରୀ ନିର୍ମାଣ କରିଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୃତ୍ୟୁ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାର ଜଣଙ୍କୁ ଚାକିରି ଦେବା ଦାବୀରେ ରାସ୍ତାରେ ନିଆଁ ଜାଳି ରାସ୍ତାରୋକ କରିଥିଲେ ।

