ସାଧୁ ସନ୍ଥଙ୍କ ଦ୍ୱାରା ପ୍ରାଚୀ ନଦୀ ପରିକ୍ରମା ଓ “ପ୍ରାଚୀ ସନ୍ଦର୍ଭ” ପୁସ୍ତକ ଉନ୍ମୋଚନ

୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି  :- ପ୍ରାଚୀ ନଦୀ ପରିକ୍ରମାରେ ସାଧୁ ସନ୍ଥଙ୍କ ଦ୍ୱାରା ପ୍ରାଚୀ ନଦୀ ପରିକ୍ରମା ଓ” ପ୍ରାଚୀ ସନ୍ଦର୍ଭ”ଉନ୍ମୋଚନ ହୋଇଯାଇଅଛି । ନୂଆଗାଁ ସ୍ଥିତ ରାଧାକାନ୍ତ ମଠ ପରିସରରେ ଅନୁଷ୍ଠିତ ଏକ ସତସଙ୍ଗ କାର୍ଯ୍ଯକ୍ରମରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କ ଦ୍ଵାରା ଲିଖିତ “ପ୍ରାଚୀ ସନ୍ଦର୍ଭ” ପୁସ୍ତକଟି ପ୍ରଜ୍ଞାନାନନ୍ଦ ମହାରାଜାଙ୍କ କରକମଳରେ ଉନ୍ମୋଚନ ହୋଇଥିଲା । ପୁରାଣ ବର୍ଣ୍ଣିତ ପୁଣ୍ୟତୋୟା ପ୍ରାଚୀ ସରସ୍ଵତୀଙ୍କ ଅସ୍ଥିତୋ ବର୍ତ୍ତମାନ ଲୁପ୍ତ ପ୍ରାୟ,, ଏହି କୀର୍ତ୍ତି କିରିଟିନି ପୁଣ୍ୟତୋୟା ପ୍ରାଚୀ ମା’କୁ ଲୁପ୍ତ ସତ୍ତା ଭିତରୁ ଉଦ୍ଧାର କରି ପୁଣି ଜନ ମାନସରେ ଜାଗରିତ କରିବା ପାଇଁ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜାଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନରେ ପରିଚାଳିତ ଚତୁର୍ଦସ ପ୍ରାଚୀ ପରିକ୍ରମା ଅବସରରେ, ଅନ୍ଧକପିଳେଶ୍ୱର ମନ୍ଦିରରୁ ପଦ ଯାତ୍ରା ଆରମ୍ଭ ହୋଇ ନୂଆଗାଁ ସ୍ଥିତ ରାଧାକାନ୍ତ ମଠ,

ପ୍ରଭୁ ସୋଭନେଶ୍ୱର୍ ମନ୍ଦିର, ଆର୍ତ୍ତ ଗାଦି ମଠ , ପ୍ରାଚୀ ଘାଟର ରାମେଶ୍ବର,ଜଗନ୍ନାଥଙ୍କ ମାମୁଁ ଘର ମାଧବ ମନ୍ଦିର, କାକଟପୁରର ଦେଉଳି ମଠ, କ୍ଷୀରଗଛ ମଠ, ତେନ୍ତୁଳିଆ ମଠ, ଦେଉଳିଧରପୁରର ବୁଦ୍ଧିକେଶ୍ୱର୍ ମନ୍ଦିର, ଅନ୍ତ୍ରିବେଦି ତ୍ରିବେଣୀ ଘାଟ ଦେଇ ଅନ୍ଧକପିଳେଶ୍ୱର ମନ୍ଦିରରେ ପହଞ୍ଚିବେ ସାଧୁ ସନ୍ଥମାନେ ଏବଂ ସେଠାରେ ପୂର୍ଣ୍ଣାହୁତି ପ୍ରଦାନ ଓ ପ୍ରସାଦ ସେବନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରାଚୀ ନଦୀ ପରିକ୍ରମାରେ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ, ସ୍ଵାମୀ ସୁଦ୍ଧାନନ୍ଦ ଗିରି, ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ଦାମୋଦର ଦାସ, ରାମକୃଷ୍ଣ ଦାସ,

ମହନ୍ତ ଦିବ୍ୟକୃଷ୍ଣ ଦାସ, ସତ୍ୟାନନ୍ଦ ଦାସ, ବାବା ରାମ ଦାସ, ଏବଂ ବହୁ ବିଦେଶୀ ସାଧୁ ସନ୍ଥ ଭକ୍ତଙ୍କ ସମେତ ପ୍ରାଚୀ ଗବେଷକ ହଂସ ନାଥ ସାହୁ, ଶିକ୍ଷାବିତ ଅଶୋକ କୁମାର ରାୟ, ବିଜେପିର ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଆଡଭୋକେଟ ମହାପାତ୍ର ଧରଣୀଧର ପଣ୍ଡା,ସମାଜସେବୀ ନ୍ୟାୟ ବ୍ରତ ରାଉତ, ଡ଼କ୍ଟର ତ୍ରିନାଥ ପଟ୍ଟନାୟକ, ଡାକ୍ତର କୈଳାଶ ଚନ୍ଦ୍ର ପାଣି, ପ୍ରଭାକର ଦିକ୍ଷୀତି, ପିତାମ୍ବର ରାଉତ ପ୍ରମୁଖଙ୍କ ସମେତ ଅନେକ ସାଧୁସନ୍ଥ, ପ୍ରାଚୀ ପ୍ରେମୀ, ବୁଦ୍ଧିଜୀବୀ, ଓ ଶିଷ୍ୟଭକ୍ତ ଏହି ପ୍ରାଚୀ ନଦୀ ପରିକ୍ରମା ପଦ ଯାତ୍ରାରେ ସାମିଲ ହୋଇଥିଲେ ।

Exit mobile version