Home ଓଡ଼ିଶା ରାସ୍ତାପାର୍ଶ୍ଵ ଦୋକାନୀ ଅଧିକାର ସୁରକ୍ଷା ମଞ୍ଚ, ପୁରୀ କମିଟି ଗଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ସହର ଉଠା ଦୋକାନୀମାନେ ନିଜର ବ୍ୟବସାୟିକ ସୁରକ୍ଷା ତଥା ଭେଣ୍ଡିଙ୍ଗ ଜୋନ ଆଇନ ଅନୁଯାୟୀ ନିଜର ଜୀବିକା ବଞ୍ଚାଇବା ପାଇଁ ବୁଧବାରେ ଗଠନ କରିଛନ୍ତି “ରାସ୍ତାପାର୍ଶ୍ୱ ଦୋକାନୀ ଅଧିକାର ସୁରକ୍ଷା ମଞ୍ଚ ” | ବଳଗଣ୍ଡିସ୍ଥିତ ହାତୀଆଖଡ଼ା ମଠ ପରିସରରେ ସହରର ଉଠା ଦୋକାନୀ ସଙ୍ଘମାନଙ୍କର କର୍ମକର୍ତ୍ତାବୃନ୍ଦ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ l ପୁରୀର ବରିଷ୍ଠ ଓ ଅଭିଜ୍ଞ ସମାଜସେବୀ ସୂର୍ଯ୍ୟ ନାରାୟଣ ରଥ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଶାନ୍ତିପୂର୍ଣ ଓ ପୂର୍ଣ୍ଣ ସହମତିରେ ସମ୍ପର୍ଣ୍ଣ ହୋଇଥିଲା | ବୈଠକରେ ଭେଣ୍ଡିଙ୍ଗ ଜୋନ ଆଇନକୁ ସମସ୍ତେ ଗୁରୁତ୍ୱ ଦେଇଥିଲେ | ଉକ୍ତ ଆଇନକୁ ପ୍ରଶାସନ ଠିକ ଭାବରେ ଲୋକଙ୍କ ସ୍ୱାର୍ଥ ପାଇଁ ଓ ବ୍ୟବସାୟିଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବୈଠକରେ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ |ଉକ୍ତ ନବଗଠିତ ମଞ୍ଚକୁ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାଅଶି ସଦସ୍ୟ ବିଶିଷ୍ଠ କାର୍ଯ୍ୟକାରୀ କମିଟି ଗଠିତ ହୋଇଥିଲା |କାର୍ଯ୍ୟକାରୀ କମିଟିର ଆଭିମୁଖ୍ୟକୁ ତଥା ନିଷ୍ପତିକୁ ପ୍ରଶାସନିକ ସ୍ଥରରେ ଉପସ୍ଥାପନ କରି କାର୍ଯ୍ୟରେ ପରିଣତ କରିବା ପାଇଁ ଏକ ଏଗାରଜଣିଆ “ପ୍ରଶାସନିକ ସଂଯୋଜକ କମିଟି ” ଗଠନ କରାଯାଇଥିଲା | ପୁରୀର ଐତିହ୍ୟ ମଠବାଡି, ଲକ୍ଷ୍ମୀବଜାର, ବଣିଆପଟ୍ଟୀ , ଖଜାପଟ୍ଟୀ,ଲୁଗାପଟି, କଂସାରୀପଟି ଓ ଚୁଡାପଟି ଓ ରଘୁନନ୍ଦନ ଲାଇବ୍ରେରୀ ପ୍ରମୁଖ ଲୋପ ପାଇଯାଇଥିବା ଆଲୋଚନା ହୋଇଥିଲା | ଏହାର ପୁନଃଉଦ୍ଧାର ନିମିତ୍ତ ଓ ଭୁବନେଶ୍ୱର ଭଳି ଆକର୍ଷଣୀୟ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପାଇଁ ସରକାରଙ୍କ ପାଖରେ ଦୃଢ ଦାବି ଉପସ୍ଥାପନ କରାଯିବ l ପୁରୀର ସ୍ୱାଭିମାନ ପାଇଁ, ପର୍ଯ୍ୟଟକଙ୍କ ସୁବିଧା ପାଇଁ, ଜୀବନ ଜୀବିକା ପାଇଁ ଓ ବ୍ୟବସାୟିକ ସୁରକ୍ଷା ପାଇଁ ଉକ୍ତ କମିଟି ପ୍ରଶାସନ ଓ ସରକାରଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ଏହାକୁ ସଫଳ କରିବା ପାଇଁ ବଦ୍ଧପରିକର ବୋଲି ମୁଖ୍ୟ ଆବାହକ ସୂର୍ଯ୍ୟନାରାୟଣ ରଥ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି | Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026