୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :- ଓଡିଶାରେ ମିଶନ ଶକ୍ତି ବିରୋଧରେ ଦୁର୍ନୀତି ଅଭିଯୋଗ ନାହିଁ ଓ ତାହାହିଁ ମିଶନ ଶକ୍ତିର ସଫଳତା ବୋଲି ଓଡ଼ିଶାର ଉପମୂଖ୍ଯମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗୀୟ ମନ୍ତ୍ରୀ ଵକ୍ତଵ୍ଯ ଦେଉଥିବା ବେଳେ ଏହାର ସଫଳତା ପାଇଁ ଯେଉଁ ଵର୍ଗ ୨୦୦୦ ମସିହା ଠାରୁ ଏପର୍ଯ୍ୟନ୍ତ କଠୋର ଅଧ୍ଯଵସାୟରେ ଏହାକୁ ମହାଦୃମରେ ପରିଣତ କଲେ, ସେମାନଙ୍କୁ ପୁନର୍ଗଠନ ନାମରେ ବାହାର କରିବା ଏକ ମତିଭ୍ରମ ବୋଲି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ର ୭ମ ଦିଵା-ରାତ୍ର ଗଣଧାରଣା ରେ ଉଦବୋଧନ ଦେଇ ଏଆଇଟିୟୁସି ନେତା କମଲେଶ ଦାସ କହିଛନ୍ତି । ତେଣୁ ଅବିଳମ୍ବେ ରାଜ୍ଯ ସରକାର ପୁନର୍ଗଠନ ଆଦେଶ ପ୍ରତ୍ଯାହାର କରିବାକୁ ଦାବି କରିଛନ୍ତି ।

