ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳନ ସମାରୋହରେ – ନୂଆଗାଁ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :-  ନୟାଗଡ ଜିଲ୍ଲା ଏନ୍ ଏ ସି ହାଇସ୍କୁଲ୍ ରେ ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନୂଆଗାଁ ଆଦର୍ଶ ବିଦ୍ୟାଳୟ ର ସପ୍ତମ ଶ୍ରେଣୀର ଛାତ୍ରୀ ବିଜୟଲକ୍ଷ୍ମୀ ପରିଡ଼ା ଜୁନିଅର ବିଭାଗ ରଚନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ

ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀ ଛାତ୍ର ଆରିଆନ ପଣ୍ଡା ପ୍ରଥମ ଏବଂ ପୋଷ୍ଟର ମେକିଂ ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସିପ୍ରା ସୋମାଲିନ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ସମ୍ମାନୀତ ଅତିଥି ଭାବେ ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା,

ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଆଇନ୍ ଅଧିକାରୀ ଅର୍ସଦ ଅନସାରୀ ,ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସୁରକ୍ଷା ଅଧିକାରୀ ଜୟଶ୍ରୀ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ପଢ଼ିଆରୀ, ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ,ଓଡ଼ଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ,

ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରସିଦା ଖାତୁନ ପ୍ରମୁଖ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରାବଣୀ ମିଶ୍ର , ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ,ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ ସାହୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version