Home ଓଡ଼ିଶା ମୂଲ୍ୟବୃଦ୍ଧି ରୋକିବାରେ ସରକାର ବିଫଳ : ଅରୁଣ ସାହୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମନ୍ତ୍ରୀ କେବଳ ମିଛ କହୁଛନ୍ତି । ଦରଦାମ ସେତିକିରେ ସୀମିତ ନୁହେଁ । ଏମିତି କୌଣସି ଜିନିଷ ନାହିଁ ଯାହାର ଦରଦାମ ଉପର ମୁହାଁ ନାହିଁ । ଖାଇବା ତେଲ ଠୁ ନେଇ ଜୋତା ପଲିସ ଯାଏଁ । ୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ମହଙ୍ଗା ମାଡ଼ରେ ରାଜ୍ୟବାସୀ ହନ୍ତସନ୍ତ। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମୂଲ୍ୟବୃଦ୍ଧି ରୋକିବାରେ ସରକାର ବିଫଳ । ଡବଲ ଇଞ୍ଜିନ ସରକାରରେ ମୁଁ ଭାବିଥିଲି ଗୋଟେ ମିଛ କହିବେ, କିନ୍ତୁ ଏମାନେ ଡବଲ ମିଛ କହୁଛନ୍ତି । ସାଧାରଣରେ ଧାରଣା ଅଛି ଯେ, ଆଳୁ ପିଆଜ ଦର ବଢିଲେ ଯୋଗାଣ ମନ୍ତ୍ରୀ ତଦାରଖ କରିବାକୁ ଯିବେ । ଆଉ ମନ୍ତ୍ରୀ ଗଲେ ଖାଉଟିଙ୍କୁ କମ ଦରରେ ମିଳିବ । ହେଲେ ତାହା ହେଉନାହିଁ । ମନ୍ତ୍ରୀ କେବଳ ମିଛ କହୁଛନ୍ତି । ଦରଦାମ ସେତିକିରେ ସୀମିତ ନୁହେଁ । ଏମିତି କୌଣସି ଜିନିଷ ନାହିଁ ଯାହାର ଦରଦାମ ଉପର ମୁହାଁ ନାହିଁ । ଖାଇବା ତେଲ ଠୁ ନେଇ ଜୋତା ପଲିସ ଯାଏଁ । ସବୁର ତଥ୍ୟ ଗୃହରେ ରଖିଲେ । କେବଳ କମିଛି ବ୍ୟାଙ୍କରେ ଟଙ୍କା ରଖିଲେ ଶୁଦ୍ଧ କମିଛି । ନିବେଶରେ ରିଟନ କମିଛି, ଲୋକଙ୍କର ପ୍ରାପ୍ୟ କମିଛି । ଡ଼ଲାର ତୁଳନା ରେ ଟଙ୍କାର ମୂଲ୍ୟ କମିଛି । ଏ ସରକାର ଯେଉଁଭଳି ରଙ୍ଗ ବଦଳାଉଛନ୍ତି ରଙ୍ଗର ମୂଲ୍ୟ ମଧ୍ୟ ବଢିବା ସ୍ଵାଭାବିକ । ନିର୍ବାଚନ ସରିବା ପରେ ସରକାର ଯଦି ଅନ୍ଧ ମୁକ ବଧିର ପାଲଟେ, ତେବେ ସାଧାରଣ ଲୋକଙ୍କର କଣ ହେବ ବୋଲି ବିଧାୟକ ଅରୁଣ ସାହୁ ଆଜି ବିଧାନସଭାରେ କଡା ସ୍ୱରରେ କହିଛନ୍ତି । ଏପରିକି ବିଜେପିକୁ ସିଧା ସଳଖ ଟାର୍ଗେଟ କରି ଅରୁଣ କହିଲେ ଯେ ,ବ୍ୟବସାୟୀଙ୍କ କଥା କହିଲେ ଆପଣ ମାନଙ୍କୁ ବାଧିବ। କାହିଁକି ନା ଆପଣ ଆଦାନୀ ଓ ଆମ୍ବନୀଙ୍କ ସହ ଅଛନ୍ତି । ମୁନାଫା ଖୋର୍ ମାନଙ୍କ ସହ ସରକାର ଯେତେବେଳେ ଭାଗୀଦାର ହୁଅନ୍ତି ସେତେବେଳେ ଦରଦାମ ବଢିବା ସ୍ୱାଭାବିକ । କେନ୍ଦ୍ର ସରକାର ଏଥି ପାଇଁ ପ୍ରଥମତ ଦାୟୀ ତା ପରେ ରାଜ୍ୟ ସରକାର । ଆପଣ ଉତ୍ତର ଦେବା ବେଳେ କହୁ କହୁ କିଛି ସତ୍ୟ କହିଦେଇଛନ୍ତି । କର୍ପୋରେଟ ହାଉସ ମୁନାଫା ପାଇଲେ ରାଜ୍ୟବାସୀ ହନ୍ତସନ୍ତ୍ ହେବେ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଲେ, ହେଡ୍ ସାର୍ ଯେତେବେଳେ ଓଡ଼ିଶା ଆସିଥିଲେ ସେତେବେଳେ କହିଥିଲେ କି ଓଡ଼ିଶାରେ ପରିବର୍ତ୍ତନ କର ଓ ଓଡ଼ିଶାକୁ ଏକ ନମ୍ୱର୍ କର । କିନ୍ତୁ ସବୁଥିରେ ଦରଦାମ ମାଡ଼। ଶୋଇବା ଖାଇବା ପିନ୍ଧିବା ଠୁ ନେଇ ଅନ୍ୟାନ୍ୟ ଦରଦାମ ନ କହିଲେ ଭଲ । ମନ୍ତ୍ରୀ ଏକ ନମ୍ୱର୍ ହାଟକୁ ଗଲେ କିନ୍ତୁ ଅମ୍ବାନୀଙ୍କ ରିଲିଆନ୍ସକୁ ଗଲେ ନି କାହିକିଁ ନା ଲଖମଣ ରେଖା ଟଣା ଯାଇଛି । ଖୁଚୁରା ବ୍ୟବସାୟୀଙ୍କ ଦୋଷ ନାହିଁ । ଝୀଂଟିକା ମାରି ମାରି ବଣୀ ପୋଷିଲେ କିଛି ଲାଭ ନାହିଁ । ବିରୋଧୀ ଦଳ ରେ ବସିଥିବା ବେଳେ କହୁଥିଲ ଭାଟ କମାଅ ଏବେ ତୁମେ ସେପଟେ, କମାଆଉନ। ଅରୁଣ ଆହୁରି କଡା କରି କହିଲେ ଯେ ଏବେ,ତୁମ ନାରା ବର୍ତ୍ତମାନ ସବକା ବିନାଶ ଶବକା ହତାଶ । Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026 "ବିକଶିତ ଭାରତ @୨୦୪୭" ସାମୂହିକ ସଂକଳ୍ପ ଓ "ସେବା ଜ୍ୟୋତି" ପଦଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana October 8, 2026 ଶ୍ରୀକୁଟି ଧାମର ଗୁରୁ ଶ୍ରୀ ଅନାଦି ବାବା ମାନବ ସମାଜର କଲ୍ୟାଣ ପାଇଁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟମାନ କରୁଛନ୍ତି by Proprietor Abhimanyu Maharana October 8, 2026 ନୟାଗଡ଼ରେ ୨ଜଣ ନୂଆ ଶ୍ରମ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana October 8, 2026