୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଅଖିଳ ଭାରତୀୟ ବିଶ୍ବକର୍ମା ମହାସଂଘର ହୀରକ ଜୟନ୍ତୀ ଚଳିତମାସ ୨୧ ରୁ ୨୩ ତିନିଦିନ ଧରି ପୁରୀ ଟାଉନହଲ ଠାରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ମଙ୍ଗଳବାର ମଧ୍ୟାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତୀୟ ସଭାପତି ଛେଦିଲାଲ ଶର୍ମା ବିଶ୍ବକର୍ମା କହିଲେ ସାରା ଭାରତରେ ୧୯ ଲକ୍ଷ ବିଶ୍ବକର୍ମା ରହିଛନ୍ତି । ସେମାନଙ୍କ ସାମାଜିକ, ରାଜନୈତିକ, ଆର୍ଥିକ ଓ ଧାର୍ମିକ ଉନ୍ନତି ପାଇଁ ସଂଘ ପ୍ରତି ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବ ।

