୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜକୁ ଦୀର୍ଘଦିନ ହେଲା ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରୁଛି l ସେଥି ମଧ୍ୟରେ ୱାର୍ଡ ନଂ. ୨, ୫, ୬, ୭ ରେ ମଶାଣୀ ଜମି ଚି଼ହ୍ନଟ ହୋଇ ନଥିବାରୁ ଦିନ କୁ ଦିନ ଜମି ମାଫିଆ ଜମି ଦଖଲ କରୁଥିବା ରୁ ମଶାଣୀ ଜମି ସଂକୁଚିତ ହେବାରେ ଲାଗିଛି l ମଶାଣୀ ଘରେ ଆଲୋକ, ପାଣି ଭଳି ବିଭିନ୍ନ ପ୍ରକାର ଅନୁସାଙ୍ଗିକ ବ୍ୟବସ୍ଥା ନ ଥିବାରୁ ୱାର୍ଡବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l
