Home ଓଡ଼ିଶା କେ.ସୁବଲଡା ଗ୍ରାମଠାରେ ଆରକେଏସଏସ ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଓ ପ୍ରକ୍ରିୟା ତାଲିମ ପ୍ରଦାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେ.ସୁବଲଡା ଗ୍ରାମର ବେତାରସିଙ୍ଗ ଗ୍ରାମ ପଞ୍ଚାୟତ ସ୍ଥିତ କୋଠ ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ତଥା ଅଞ୍ଚଳର ଚାଷୀ ମାନଙ୍କୁ ଖଜୁରୀଗୁଡ ପ୍ରକ୍ରିୟାକରଣ,ନେତୃତ୍ଵର ବିକାଶ, ଆର୍ଥିକ ସ୍ଥିତିର ପରିବର୍ତ୍ତନ,ଆର୍ଥିକ ସାକ୍ଷରତା ଓ ବଜାରୀ କରଣ ବ୍ୟବସ୍ଥା ପ୍ରଭୃତି ବିଷୟରେ ତାଲିମ ଦିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଆରକେଏସଏସ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଗଜପତି ସହାୟତାରେ ୭ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୨ ଜଣ ମହିଳା ଚାଷୀଙ୍କୁ ଏକ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ଦ୍ଵିପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଡ଼ି.ଡ଼ି.ଜିଲ୍ଲା ନାବାର୍ଡ – ଡିଡିଏମ ଶ୍ରୀ ପ୍ରତୀକ ପଣ୍ଡା, ଅରସେଟି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଶ୍ରାବଣ କୁମାର ପଣ୍ଡା ଙ୍କ ସମେତ,ତାଲିମ ଦାତା ଶ୍ରୀ ବଲ୍ଲଭ ଚନ୍ଦ୍ର ଗମାଙ୍ଗ,ଆର୍ଥିକ ସାକ୍ଷରତା ସଂଯୋଜକ କବିତା ରଇତ,ଏମବିକେ ବୁଲି ପ୍ରଧାନ, ଆରକେଏସଏସ ର ସମ୍ପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ। ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ,ଦଳ ପରିଚାଳନା,ଦଳର ଦଶାସୃତି କାର୍ଯ୍ୟକ୍ରମ,ଖାତାପତ୍ର ଲେଖିବା, ଋଣ ଆଦାନ ପ୍ରଦାନ,ସୁଧର ହିସାବ ଓ ସରକାର’ଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା କୃଷି ଭିତ୍ତିକ, ଉଦ୍ୟାନ ଭିତ୍ତିକ ଓ ନାବାର୍ଡ ଏବଂ କେସିସି ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ଯଥା ମହିଳା ମାନଙ୍କୁ ଛତୁଚାଷ,କୁକୁଡା ପାଳନ,ଧୂପକାଠି ତିଆରି ଓ ସିଲାଇ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ,ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା, ଅଟଳ ପେନସନ,ଫସଲ ବୀମା, ନିର୍ମାଣ ଶ୍ରମିକ ପଞ୍ଜୀକରଣ,ଫ୍ରଡ ମୋବାଇଲ କୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା,ଏଟିଏମ କାର୍ଡ ବ୍ୟବହାର,ସୁଭଦ୍ରା ଯୋଜନା ପଞ୍ଜୀକରଣ ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ପ୍ରଭୃତି ସମ୍ପର୍କରେ ବୁଝାଇ ସଚେତନ କରା ଯାଇଥିଲା। ଆରକେଏସଏସ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ତାଲିମ ଶିବିର କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ,ଅନୁଷ୍ଠାନର ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ,ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026