Home ଓଡ଼ିଶା ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ସଦର ସ୍ଥିତ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମର ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏ.ଡି.ଏମ୍.(ଜେନେରାଲ୍) ଶ୍ରୀ ସୋମନାଥ ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ, ମାଲକାନଗିରି ଶ୍ରୀ ଏସ୍.ଶ୍ରୀନିବାସ୍ ଆଚାରୀ, ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁମିତ ବିଶ୍ୱାସ, ମାଲକାନଗିରି ବ୍ଲକ ଏ.ବି.ଇ.ଓ ଶ୍ରୀ ଗୌରାଙ୍ଗ ସାଜ୍ଜନ ପ୍ରମୁଖ ଉପସ୍ଥିତ ରହି ନିପୁଣ ଓଡ଼ିଶା ମେଳା2025 ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଉମା ପ୍ରସାଦ ଦାଶ, ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ମାଲକାନଗିରି ଏହି ସଭାରେ ସଭାପତିତ୍ୱ କରିଥିଲେ । ନିପୁଣ ଓଡ଼ିଶା ମେଳାର ବିଭିନ୍ନ କାର୍ଯ୍ୟକ୍ରମଗୁଡିକ 110 ଗୋଟି କ୍ଲଷ୍ଟର ସ୍ତରରେ ତା. 28.01.2025 ରିଖରେ ଏବଂ ସାତଗୋଟି ବ୍ଲକ ସ୍ତରରେ ତା. 05.02.2025 ରିଖରେ ଅନୁଷ୍ଠିତ କରାଯାଇ ବର୍ତ୍ତମାନ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ଟି.ଏଲ୍.ଏମ୍.ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ସାତୋଟି ଯାକ ବ୍ଲକରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ଆଧାର କରି ପ୍ରାୟ ଦୁଇଶହରୁ ଉର୍ଦ୍ଧ ଟି.ଏଲ୍.ଏମ୍ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଗଳ୍ପ କଥନ, ସୃଜନାତ୍ମକ ଲିଖନ ଓ ଚିତ୍ର, କଣ୍ଢେଇ ଖେଳ, ଶବ୍ଦ ଖେଳ, ଗୀତ,ନାଚ, ଅଭିନୟ ଆଦିକୁ କିପରି ଟି.ଏଲ୍.ଏମ୍ ବ୍ୟବହାର କରି ଛାତ୍ର ଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରାଯାଇପାରିବ, ତାହା ସାଧନକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବୁଝାଇଥିଲେ । ଏକ ଗ୍ରୁପ ଆଲୋଚନା ଆୟୋଜନ କରାଯାଇଥିଲା, ଯେଉଁଥିରେ ଶିକ୍ଷା ଓ ଛାତ୍ର ଛାତ୍ରୀଙ୍କ ଶିକ୍ଷଣ ସ୍ତରର ଯେପରି ଅଧିକ ଉନ୍ନତି ହୋଇପାରିବ, ସେ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲା ସାଧନକର୍ମୀ ଶ୍ରୀ ରାମକୃଷ୍ଣ ପାଢୀ, ଶ୍ରୀ ବସନ୍ତ କୁମାର ରଣା, ଶ୍ରୀ କାଳୁ ଚରଣ ମହାରଣା, ଶ୍ରୀ ପ୍ରମୋଦ କୁମାର ବାରିକ, ଶ୍ରୀ ଅଶୋକ ହାଲଦାର ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଉଦ୍ ଯାପନୀ ଉତ୍ସବରେ ଡି.ଆଇ.ଇ.ଟି ଚିତ୍ରକୋଣ୍ଡାର ପ୍ରିନ୍ସିପାଲ୍ ଶ୍ରୀମତୀ ମମତା ଝୋଡ଼ିଆ, ପିରାମାଲ ଫାଉଣ୍ଡେସନ୍ ର ଜିଲ୍ଲା କୋର୍ଡିନେଟର୍ ଶ୍ରୀ ମହାଦେବ୍, ଏମ୍.ପି ନବରଙ୍ଗପୁର ରିପ୍ରେଜେନଟେଟିଭ୍(ମ୍ୟୁନିସିପାଲଟି ପ୍ରତିନିଧି) ଶ୍ରୀ ବିଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ତଳସାହି ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାମପ୍ରସାଦ ପାଢୀ ସମଗ୍ର କାର୍ଯ୍ୟକ୍ରମର ପରିଚାଳନ କରିଥିଲେ ଓ ସର୍ବଶେଷରେ ସମଗ୍ର ଶିକ୍ଷା, ମାଲକାନଗିରି, ଶୈକ୍ଷିକ ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026